Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା

    Share on :
    ajab-Image
    Date: Oct 19, 2019    Views: 1709

    ଭୁବନେଶ୍ୱର : ଏଣିକି ମନରେଗା ଯୋଜନାରେ ନିୟୋଜିତ ଗ୍ରାମ ରୋଜଗାର ସେବକଙ୍କୁ ଆଉ ନିଜ ପଞ୍ଚାୟତରେ ନିଯୁକ୍ତି ମିଳବନି । ରାଜ୍ୟର ପ୍ରଶାସନିକ ସଂସ୍କାର ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସ୍ୱରୂପ ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଆଜି ଏପରି ନିଦେ୍ର୍ଧଶନାମା ଜାରି କରିଛନ୍ତି । ଗୋଟିଏ ପଞ୍ଚାୟତେରେ ୫ ବର୍ଷରୁ ଅଧିକ ଦିନ ରହିଥିବା ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା ଲାଗୁ କରାଯାଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ନିଦେ୍ର୍ଧଶନାମାକୁ କାର୍ଯ୍ୟକାରୀ କରିବାକୁ ସବୁ ଜିଲ୍ଲା ପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
    ପଞ୍ଚାୟତିରାଜ ବିଭାଗ ଜାରି କରିଥିବା  ନିଦେ୍ର୍ଧଶ ଅନୁଯାୟୀ, ଜଣେ ଜିଆରଏସ ଗୋଟିଏ ଜିଲ୍ଲା ଭିତରେ ୫ ବର୍ଷରୁ ଅଧିକ ଦିନ ରହିଲେ ତାଙ୍କୁ ସେହି ଜିଲ୍ଲା ଭିତରେ ଅନ୍ୟ ଗ୍ରାମ ପଞ୍ଚାୟତକୁ ବଦଳି କରାଯିବ । ଏହା ସହିତ ନିଜ ପଞ୍ଚାୟତରେ ଥିବା ଜିଆରଏସମାନଙ୍କୁ ବି ଅନ୍ୟ ପଞ୍ଚାୟତ ବଦଳି କରାଯିବ । ସେହିପରି ସମାନ ବଦଳି ବ୍ୟବସ୍ଥା ଏପିଓମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି । ଗୋଟିଏ ବ୍ଲକରେ ୫ ବର୍ଷରୁ ଅଧିକ ଦିନ ରହିଲେ ସମ୍ପୃକ୍ତ ଏପିଓଙ୍କୁ ସେହି ଜିଲ୍ଲା ଭିତରେ ଅନ୍ୟ ବ୍ଲକକୁ ବଦଳି କରାଯିବ । ନିଜ ବ୍ଲକରେ ଏପିଓ ମାନଙ୍କ ନିଯୁକ୍ତି ମିଳିବ ନାହିଁ । ନିଜ ବ୍ଲକରେ ପୂର୍ବରୁ ନିଯୁକ୍ତି ପାଇଥିବା ଏପିଓମାନଙ୍କୁ ମଧ୍ୟ ନିଦେ୍ର୍ଧଶନାମା ଜାରି ହେବା ପରେ ବଦଳି କରାଯିବ । ଜିଆରଏସ ଓ ଏପିଓମାନଙ୍କ ବଦଳି ହିସବା ପାଇଁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଗଣାଯିବ । ଚଳିତ ମାସ ଶେଷ ସୁଦ୍ଧା ଏହି ନିଦେ୍ର୍ଧଶନାମାକୁ କାର୍ଯ୍ୟକାରୀ କରି ପଞ୍ଚାୟତିରାଜ ବିଭାଗକୁ ଆସନ୍ତା ନଭେମ୍ବର ମାସ ୫ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିଦେ୍ର୍ଧଶ ଦେଇଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook