Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘୫-ଟି’ ଓ ‘ମୋ ସରକାର’କୁ ଅଗ୍ରାଧିକାର

    Share on :
    ajab-Image
    Date: Oct 19, 2019    Views: 1741

    କର୍ମଚାରୀଙ୍କ ବାର୍ଷିକ ଦକ୍ଷତା ମୂଲ୍ୟାୟନ ରିପୋର୍ଟରେ ମିଳିବ ୨୦%
    ଭୁବନେଶ୍ୱର : ରାଜ୍ୟ ସରକାର ‘୫ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସରକାରୀ କର୍ମଚାରୀଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ଉତ୍ସାହିତ କରିବାକୁ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ସରକାରୀ କର୍ମଚାରୀଙ୍କ ବାର୍ଷିକ କାର୍ଯ୍ୟ ଦକ୍ଷିତା ମୂଲ୍ୟାୟନ ରିପୋର୍ଟ ‘ଆନୁଆଲ ପରଫର୍ମାନସ ଆପ୍ରାଇଜାଲ ରିପୋର୍ଟ)ରେ ୨୦% ମାର୍କ (ୱେଟେଜ) ଦେବାକୁ ସରକାର ସ୍ଥିର କରିଛନ୍ତି । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଅବଗତ କରାଇଛି ।
    ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ୫ ମ ପାଳିରେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫ଟି’ ଆରମ୍ଭ କରିଛନ୍ତି । ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ବୈଷୟିକ ଜ୍ଞାନ ପରିବର୍ତ୍ତନ ଓ ସମୟ (ଟିମ ୱାର୍କ, ଟ୍ରାନସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ, ଟାଇମ-୫ଟି) ଅନୁସାରେ କାମ କରିବାକୁ ନବୀନ ଗୁରୁତ୍ୱ ଦେଇ ଆସୁଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆଗକୁ ନେବାକୁ ସରକାରୀ କର୍ମଚାରୀ ଭଲ କାମ କଲେ ସେମାନଙ୍କ ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ୨୦% ୱେଟେଜ ଦେବେ ସରକାର । 
    ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଇଏଏସ ଅଧିକାରୀଙ୍କ କ୍ଷେତ୍ରରେ ବିଭାଗରେ ସଫଳତାର ସହ ୫ଟି ଚାର୍ଟର କାର୍ଯ୍ୟକାରିତା ପାଇଁ ୧.୦ ୱେଟେଜ ମିଳିବ । ସେହିଭଳି ସରକାରଙ୍କ ୫ଟି ଚାର୍ଟର ପାଇଁ ୦.୫ ଓ ‘ମୋ ସରକାର’ ପାଇଁ ୦.୫ ୱେଟେଜ ମିଳିବ । ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ କ୍ଷେତ୍ରରେ ବିଭାଗୀୟ ୫ଟି ଚାର୍ଟର ପାଇଁ ୧୦% ୱେଟଜ ବାର୍ଷିକ ରିପୋର୍ଟରେ ରହିବ । ସେହିଭଳି ସରକାରଙ୍କ ୫ଟି ଚାର୍ଟର ପାଇଁ ୫% ଓ ମୋ ସରକାର’ ପାଇଁ ୫% ୱେଟେଜ ରଖାଯାଇଛି ।
    ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗତ ଗାନ୍ଧି ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କହୁଛନ୍ତି, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ ଲୋକଙ୍କ ପଇସାରେ ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଜନସାଧାରଣ ହେଉଛନ୍ତି ପ୍ରକୃତି ସରକାର ଓ ମାଲିକ । ପ୍ରଥମ ପର୍ଯ୍ୟାୟରେ ପୁଲିସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook