Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପୁଷ୍ଟିହୀନତା ଦୂର ପାଇଁ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ

    Share on :
    ajab-Image
    Date: Oct 19, 2019    Views: 329

    ଭୁବନେଶ୍ୱର : ଶିଶୁମାନଙ୍କୁ ପୁଷ୍ଟିହୀନତାରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ଜୀବିକା ମିଶନ ଜରିଆରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଲୋକେ ଆବଶ୍ୟକ କରୁଥିବା ପନିପରିବା ଗୁଡ଼ିକୁ ନିଜ ନିଜ ବାଡ଼ି ବଗିଚାରେ ଫଳାଇବେ । ଏହା ଦ୍ୱାରା ଲୋକେ ସତେଜ ଓ ଜୈବିକ ପନିପରିବା ପାଇପାରିବେ । ଫଳରେ ରାଜ୍ୟକୁ ପୁଷ୍ଟିହୀନତା ଦୂର କରିବାରେ ଏପରି କାର୍ଯ୍ୟକ୍ରମ ସହାୟକ ହେବ ।
    ଶୁକ୍ରବାର ଅଜିମ ପ୍ରେମଜୀ ଫିଲାନଥ୍ରପି ସଂସ୍ଥା ସହଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ରାଜ୍ୟ ଜୀବିକା ମିଶନ ଦ୍ୱାରା ଆୟୋଜିତ ପୁଷ୍ଟିସାର ପ୍ରୋତ୍ସାହନ ଅନ୍ତର୍ଜାତୀୟ କର୍ମଶାଳାକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଥିଲେ ୨୦୦୫-୦୬ ବେଳକୁ ରାଜ୍ୟରେ ଶିଶୁ ମୃତୁ୍ୟହାର ପ୍ରତି ଏକ ହଜାରରେ ୬୫ ଥିଲା । ୨୦୧୫-୧୬ ରେ ଏଥିରେ ହ୍ରାସ ପାଇଁ ୪୦ ରେ ପହଞ୍ଚିଛି । ଶିଶୁ ମୃତୁ୍ୟର ପ୍ରମୁଖ କାରଣ ପୁଷ୍ଟିହୀନତା ହୋଇଥିବା ବେଳେ ରାଜ୍ୟକୁ କିଭଳି ପୁଷ୍ଟିହୀନ ମୁକ୍ତ କରାଯିବ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ କହିଥିଲେ, ପୁଷ୍ଟିହୀନ ମୁକ୍ତ ପଞ୍ଚାୟତଗୁଡ଼ିକୁ ରାଜ୍ୟ ସରକାର ଆଗାମୀ ଦିନରେ ପୁରସ୍କୃତ କରିବେ । ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ପୁଷ୍ଟିହୀନତା ଦୂର ଲାଗି ବିଭାଗ ଗୁଡ଼ିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ । ଏହି କର୍ମଶାଳାରେ ଅଜିମ ପ୍ରେମଜୀ ଫିଲାନଥ୍ରପି ସଂସ୍ଥାର ସିଇଓ ଆନନ୍ଦ ସ୍ୱାମୀ ନାଥନଙ୍କ ସମେତ ବାଲାଂଦେଶ ଓ ଫିଲିପାଇନ୍ସ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବାଲାଂଦେଶ ସରକାର କିପରି ‘ସୌହାଦେ୍ର୍ଧା କାର୍ଯ୍ୟକ୍ରମ ଜରିଆରେ ଲିଙ୍ଗଗତ ଭେଦ ଦୂର କରି ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ସଫଳତା ହାସଲ କରିପାରିଛନ୍ତି ସେ ବିଷୟରେ ବାଲାଂଦେଶ ସରକାରଙ୍କ ପ୍ରତିନିଧି ପ୍ରକାଶ କରିଥିଲେ । ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମରେ ମହିଳାମାନେ ଚାଷବାସର ନିଷ୍ପତ୍ତି ନେବାରେ ଅଂଶ ଗ୍ରହଣ କରିବେ ଓ ଏହା ଅଧିକ ଦୀର୍ଘ ସ୍ଥାୟୀ ହେବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମତ ପ୍ରକାଶ କରିଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook