Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ସଂସ୍କୃତି

ମୁଖ୍ୟ ଖବର

    ମାସ ମାହାତ୍ମ୍ୟ: ‘କାର୍ତ୍ତିକ’

    Share on :
    ajab-Image
    Date: Oct 18, 2019    Views: 81

    ‘କାର୍ତ୍ତିକ’ ଧର୍ମମାସ ବୋଲି ଲୋକମୁଖରେ ସ୍ୱୀକୃତ । ଏହା ‘ଚାନ୍ଦ୍ରମାନ’ ମାସ ଅର୍ଥାତ ଚନ୍ଦ୍ରଙ୍କ ଗତି ଅନୁସାରେ ଗଣନା କରାଯାଉଥିବା ମାସ । ଏହି ମାସର ପୂର୍ଣ୍ଣମୀ ଦିନ ଚନ୍ଦ୍ର ‘କୃତ୍ତିକା’ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହାର ନାମ କାର୍ତ୍ତିକ ହୋଇଛି । ଏହାର ମାହାତ୍ମ୍ୟ ସମ୍ପର୍କରେ କୁହାଯାଇଛି-ଯେପରି ‘କୃତ’ ଯୁଗ ପରି ଯୁଗ ନାହିଁ, ‘ବେଦ ପରି ଶାସ୍ତ୍ର ନାହିଁ, ‘ଗଙ୍ଗା’ ପରି ତୀର୍ଥ ନାହିଁ ସେପରି କାର୍ତ୍ତିକ ପରି ମାସ ନାହିଁ ।

    ପୁରାଣମାନଙ୍କରେ କୁହାଯାଇଛି-ଏହି ମାସରେ ବିଷ୍ଣୁ ଜଳରେ ବାସ କରନ୍ତି । ତେଣୁ ଏହି ମାସରେ ପ୍ରାତଃସ୍ନାନରୁ ପୂଣ୍ୟ ମିଳେ । ପ୍ରୟାଗ, ବଦରିକା ଓ କାଶୀ - ଏହି ତିନି ତୀର୍ଥରେ ସ୍ନାନ ଓ ତୀର୍ଥ କ୍ଷେତ୍ରରେ ଅବସ୍ଥାନ ଫଳରେ ମଧ୍ୟ ପୂଣ୍ୟ ଅର୍ଜନ ହୁଏ । ଧର୍ମପ୍ରାଣ ହିନ୍ଦୁ, ବିଶେଷ କରି ବିଧବା ମାନେ ଏହି ମାସରେ ଧର୍ମର୍ୀୟ ନିୟମ ଅନୁସାରେ ‘କାର୍ତ୍ତିକ ବ୍ରତ’ କରିଥାଆନ୍ତି । କାର୍ତ୍ତିକ ମାସରେ ‘ଦାନ’କୁ ମଧ୍ୟ ବିଶେଷ ମହତ୍ୱ ଦିଆଯାଇଛି । ଏ ସମ୍ପର୍କରେ କୁହାଯାଇଛି କନ୍ୟାଦାନ ଏକ ମହତ ଦାନ । କିନ୍ତୁ ତା’ଠାରୁ ବିଦ୍ୟାଦାନ ଅଧିକ ମହତ । ବିଦ୍ୟାଦାନ ଠାରୁ ଗୋଦାନ ମହତ୍ତର ଏବଂ ଅନୁଦାନ ସବୁଦାନ ମଧ୍ୟରେ ମହତ୍ତମ । କାରଣ ଅନ୍ନଯୋଗୁଁ ଏ ସଂସାର ତିଷ୍ଠି ରହିଛି । ବିଶିଷ୍ଟ ଓଡ଼ିଆ ପୁରାଣକାର ମହାଦେବ ଦାସ ‘କାର୍ତ୍ତିକ’ ମାହାତ୍ମ୍ୟରେ ଏହି ମାସର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ନୈମିଷାରଣ୍ୟରେ ମୁନିଗଣ ସୁତମୁନିଙ୍କୁ କହିଛନ୍ତି ଆମେ ଆପଣଙ୍କଠାରୁ ଅନେକ ଧର୍ମକଥା ଏବଂ ହରିଙ୍କ ଚରିତ ଓ ଗୁଣଗାଥା ଶୁଣିଲୁ । ଏବେ ଜନହିତ ପାଇଁ ଆଉ ଗୋଟିଏ କଥା କୁହନ୍ତୁ । ଏ ସଂସାରରେ ଯଜ୍ଞ, ବ୍ରତ, ତପ, ଦାନ, ତୀର୍ଥ ସେବା ଆଦିରେ ଯେତେ ପୂଣ୍ୟ ମିଳେ ଯୋଗ, ସମାଧି, କି୍ରୟା, କୀର୍ତ୍ତି, ଚତୁରାଶ୍ରମ ଆଦିରେ ଯେତେ ପୂଣ୍ୟ ଅର୍ଜନ ହୁଏ, ସେ ସବୁର ଉପରେ କିଏ ଶ୍ରେଷ୍ଠ? ଏପରି କିଛି ଧର୍ମ ଅଛି କି? ଏହାର ଉତ୍ତରରେ ଶୁକମୁନି କହିଛନ୍ତି-ଭଗବାନ ବିଷ୍ଣୁଙ୍କ ଶ୍ରୀମୁଖରୁ ମୁଁ ଯାହା ଶୁଣିଛି, ତାହା ଅନୁସାରେ ‘କାର୍ତ୍ତିକ ବ୍ରତ’ କରିବା ଫଳରେ ଏ ସବୁଠାରୁ ଅଧିକ ପୁଣ୍ୟ ମିଳେ । ଏଣୁ ଅନେକ ଏହି ମାସଟିକୁ ପୁଣ୍ୟ ମାସ ରୂପେ ପାଳନ କରିଥାଆନ୍ତି ।

    Maximum 500 characters

    ସଂସ୍କୃତି View all

    Find Us on Facebook