Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଅକ୍ଷୟ ମହାନ୍ତି

    Share on :
    ajab-Image
    Date: Oct 13, 2019    Views: 761

    ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତ ଜଗତର ଏକ ଅନନ୍ୟ ଉଚ୍ଚାରଣ । ପଚାଶ ଦଶକରୁ ପରବର୍ତ୍ତୀ ପାଞ୍ଚ ଦଶନ୍ଧି ପର୍ଯ୍ୟନ୍ତ ଓଡ଼ିଆ ସଙ୍ଗୀତ ଦୁନିଆକୁ ସୁମଧୁର କଣ୍ଠ ଯାଦୁରେ ସେ ବାନ୍ଧି ରଖିଥିଲେ । ତାଙ୍କ କଣ୍ଠରୁ ଝରିଥିବା ଅତି ଲୋକପି୍ରୟ ଓଡ଼ିଆ ଚଳଚ୍ଚିତ୍ର ଗୀତ ମଧ୍ୟରୁ ‘ଉଡ଼ି ଉଡ଼ି ଯାଆରେ ଗୁଡ଼ି’ (କିଏ କାହାର), ‘ଢେ଼ଉ ଢେ଼ଉକା ପାହାଡ଼ ତଳେ (ସଂସାର) ‘ଦୁନିଅାଁ ଜାଣେତ ସାଗର ବୁକୁରେ’ (ସ୍ୱପ୍ନ ସାଗର), କିଛି ଲୁହ ପୋଛା ହୁଏ ପଣତ କାନିରେ’ (ମା ଓ ମମତା), ‘ଭସା ମେଘ ମୁଁ ଯେ ଭାସିଯାଏ ଦୂରେ’ (ଅଭିମାନ) ‘ନିଶି ବିଜନେ ଭାବେ ମନେ’ (ଜାଇଫୁଲ) ଅନ୍ୟତମ । ଯାହା ଆଜି ବି ଅପାସୋରା  । ପିଲାଟି ଦିନରୁ ଅକ୍ଷୟ ଜଣେ ମେଧାବୀ ଛାତ୍ର ଥିଲେ; ଭଲ ଗତ ମଧ୍ୟ ଗାଉଥିଲେ । ତେବେ ୧୯୫୮ ରେ ‘ମାଆ’ ଚଳଚ୍ଚିତ୍ରରୁ ହିଁ ଆରମ୍ଭ ହୋଇଥିଲା ଅକ୍ଷୟଙ୍କ ଗାୟକ ଓ ଗୀତିକାର ଜୀବନ । ପରେ ‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ଅକ୍ଷୟ ମହାନ୍ତି ତାଙ୍କ ଜୀବନ କାଳ ମଧ୍ୟରେ ଶହେ ଅଣତିରିଶଟି ଚଳଚ୍ଚିତ୍ର ପାଇଁ ଗୀତ ଗାଇଥିଲେ, ବୟାନବେଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ଏବଂ ପଞ୍ଚସ୍ତରି ଚଳଚ୍ଚିତ୍ରର ସଙ୍ଗୀତ ନିଦେ୍ର୍ଧଶକ ଥିଲେ । ଆଧୁନିକ, ଚମ୍ପୁ, ଓଡ଼ିଶୀ ଲଘୁ ସଙ୍ଗୀତ, ଗଜଲ ଆଦି ପନ୍ଦର ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି । ସେ ଗାଇଥିବା ଲୋକପି୍ରୟ ଆଧୁନିକ ଓ ସୁଗମ ସଂଗୀତ ମଧ୍ୟରୁ ‘ସ୍ମୃତି ତୁମେ ଶ୍ରାବଣ ରାତି’, ‘ହେ ଫଗୁଣ ତୁମେ ଗଲା ପରେ’, ‘ପୂଣ୍ୟର ନଦୀ ତୀରେ’ ଅନ୍ୟତମ । ଜଣେ ସଫଳ ସାହିତ୍ୟ ସ୍ରଷ୍ଟା ଭାବେ ମଧ୍ୟ ସେ ପରିଚିତ । ତାଙ୍କ ଦ୍ୱାରା ଲିଖିତ ଗଳ୍ପ ସଂକଳନ ‘ବିଚରା’ ‘ନଗ୍ନ ମୋନାଲିସା’, ‘ଅନେଶତ ରାଣୀ’; ଉପନ୍ୟାସ ଗୋଟିଏ କୁହୁ ଅନେକ ଉହୁ’, ‘ଅଫେରା ନଦୀ’ ଗୀତିଗ୍ରନ୍ଥ- ଏଇ କଥା ରହିଲା, ମଧୁଶାଳା ଆଦି ଅନ୍ୟତମ । ‘ଆର୍ଯ୍ୟଦାସର ଆତ୍ମଲିପି’ ତାଙ୍କର ଆତ୍ମଚରିତ । ୧୯୩୭ ଅକ୍ଟୋବର ଆଜିର ଦିନରେ କଟକରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି । ସେ ନିଜର ଅନ୍ତରଙ୍ଗ ମହଲରେ ‘ଖୋକା ଭାଇ’ ଭାବେ ପରିଚିତ ଥିଲେ ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook