ମୁଖ୍ୟ ଖବର
ଯାଜପୁର: ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଜଣେ ହୋମଗାର୍ଡଙ୍କୁ ଧମକ ଓ ତାଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗରେ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାଶଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବରୀ ଥାନାରେ ଧାରା ୩୯୪ ଓ ୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି ।
ପ୍ରକାଶ ଯେ, ବରୀ ରାମଚନ୍ଦ୍ରପୁର ଥାନାର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ ବରୀ ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସହଯୋଗମାନେ ହତ୍ୟା ଧମକ ଦେଇଥିବା ନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଗତ ବୁଧବାର ହୋମଗାର୍ଡ ଶ୍ରୀ ମଲ୍ଲିକ ରାସ୍ତାରେ ଛିଡ଼ା ହୋଇ ନିଜ ବନ୍ଧୁଙ୍କ ସହ କଥା ହେଉଥିଲେ । ଏହି ସମୟରେ ବିଧାୟିକାଙ୍କ ସ୍ୱାମୀ ଶ୍ରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ବାଲିବିଲ ସରପଞ୍ଚ ସନ୍ତୋଷ ସାମଲ ଓ ରମ୍ପା ପଞ୍ଚାୟତର ପ୍ରାକ୍ତନ ସଭ୍ୟ ପ୍ରଶାନ୍ତ ସାହୁ ଏକ କାରରେ ଯାଉଥିବାବେଳେ ଶ୍ରୀ ମଲ୍ଲିକଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । ନିଜେ ଜଣେ ହୋମଗାର୍ଡ ହୋଇଥିବାରୁ ଶ୍ରୀ ମଲ୍ଲିକ ବିଧାୟିକାଙ୍କ ସ୍ୱାମୀ ଶ୍ରୀ ଦାସଙ୍କୁ ସମ୍ମାନ ଜଣାଇ ନମସ୍କାର କରିଥିଲେ । ତେବେ ଶ୍ରୀ ଦାସ ଉତକ୍ଷିପ୍ତ ହୋଇ ନିର୍ବାଚନ ବେଳେ ଆମ ଦଳୀୟ ବ୍ୟାନର ତୁ ଚିରି ଥିଲୁ । ଯାହାକି ତୋତେ ମହଙ୍ଗା ପଡ଼ିବ ବୋଲି କହି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।
ତେବେ ସରକାରଙ୍କ ନିୟମ ମୁତାବକ ମାଜିଷ୍ଟ୍ରେଟଙ୍କ ନିଦେ୍ର୍ଧଶ କ୍ରମେ ମୁଁ ମୋର କର୍ତ୍ତବ୍ୟ କରିଥିଲି । ଏଥିରେ ମୋର ତ୍ରୁଟି ନାହିଁ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ତେବେ ଶ୍ରୀ ଦାସ ଓ ଅନ୍ୟ ଅଭିଯୁକ୍ତମାନେ ଶ୍ରୀ ମଲ୍ଲିକଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଳଜ କରିଥିଲେ ବୋଲି ଶ୍ରୀ ମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
Comments ସମସ୍ତ ମତାମତ 0