Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

    Share on :
    ajab-Image
    Date: Oct 11, 2019    Views: 681

    ଭୁବନେଶ୍ୱର: ବଢୁଛି ବିଜେପୁର ତାତି । ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହି କ୍ରମରେ ଆଜି ବିଜେପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି ।  ଗାଇସିଲଟ ବ୍ଲକ ତଳପାଲିଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଖାଲି ଟାର୍ଗେଟ କରିନାହାନ୍ତି ତାଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । 

    ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତଥର ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଥିଲେ । କିନ୍ତୁ ଛାଡ଼ି ଚାଲିଗଲେ । ତେବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଛାଡ଼ିପାରିଥାନ୍ତେ । କିନ୍ତୁ  ବିଜେପୁର ଛାଡ଼ିଦେଲେ ।  ହିଞ୍ଜିଳିରେ ନହୋଇ କାହିଁକି ବିଜେପୁରରେ ଉପନିର୍ବାଚନ ହେଲା ।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରର ଦାୟିତ୍ୱ ନେଲେ ବୋଲି କହିଥିଲେ ।  କିନ୍ତୁ ମୁଖ୍ୟମନ୍ତ୍ରୀ କି ଦାୟିତ୍ୱ ନେଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି । 

    ଏହାଛଡ଼ା  କାଳିଆ ଯୋଜନାକୁ ନେଇ ମଧ୍ୟ ଶ୍ରୀ ପ୍ରଧାନ ବର୍ଷିଛନ୍ତି ।  କାଳିଆ ଯୋଜନାରେ ସାଧାରଣ କୃଷକ ଫାଇଦା ପାଇପାରିଲେନି ।  କଂଗ୍ରେସ ଛାଡ଼ି ବିଜେଡି ଆସିଥିବା ପ୍ରଣୟ ସାହୁ କୁଆଡେ଼ କାଳିଆ ଲାଭାର୍ଥୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

    ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ଓଡିଶାବାସୀଙ୍କର ଭୂମିକା ରହିଛି । 

     ଧର୍ମେନ୍ଦ୍ର ଗାଇସିଲଟ ବ୍ଲକ ତଳପାଲି ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସେ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ଗଡ଼ତିଆଙ୍କ ସହ ରୋଡ଼ଶୋ’ କରିବେ  । ଏହି ରୋଡ଼ ଶୋ’ ବିଜେପୁର ଓ ବରପାଲି ବ୍ଲକର ପର୍ଥଲା, ସାଇପାଲି, ମହୁଲପାଲି ଛକ, ମାମା ଛକ, ଝରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଚାଲିବ  । ସେହିପରି ଅପରାହ୍ନ ୪ଟାରେ ଶ୍ରୀ ପ୍ରଧାନ ବରପାଲି ବ୍ଲକ ଅଗଲପୁର ଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ଭୋଟଭିକ୍ଷା କରିବେ  ।

    ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏହି ୨ଟି ଆସନରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଆସନ ଛାଡିଥିଲେ। ଏଣୁ ବିଜେପୁରରେ ଉପନିର୍ବାଚନ କରାଯାଉଛି।

     ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି ।  ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା । ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook