Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଆଜି ପବିତ୍ର ମହାଳୟା ଅମାବାସ୍ୟା

    Share on :
    ajab-Image
    Date: Sep 28, 2019    Views: 105

    ଭୁବନେଶ୍ୱର,: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବା ପରମ୍ପରା ରହିଛି । ଆଜି ଘରେ ଓ ଶ୍ରୀମନ୍ଦିରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି ।  ଆଶ୍ୱିନ ମାସର ପଥମ ପକ୍ଷ ତଥା ପିତୃପକ୍ଷର ଅମାବାସ୍ୟା ଆଜି । ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରବଳ ସମାଗମ ହୋଇଛି । ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତଳିତତ୍ପଣ କରାଯାଇଥାଏ । ଏହି ଦିନ ତଥା ପିତୃପକ୍ଷରେ ପିତୃଗଣଙ୍କ ଉର୍ଦ୍ଦେଶ୍ୟରେ ପିଣ୍ଡଦାନ ଓ ତତ୍ପଣ କରାଗଲେ ତୃପ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ବିଭିନ୍ନ ଶ୍ରାଦ୍ଧ କର୍ମ ମହାଳୟାରେ ପାଳନ କରାଯାଇଥାଏ । ଏହି ପିତୃ ପକ୍ଷରେ ଅର୍ଥାତ ୧୫ଦିନ ମଧ୍ୟରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଇଥାଏ ।

    Maximum 500 characters

    ସଂସ୍କୃତି View all

    Find Us on Facebook