Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ସଂସ୍କୃତି

ମୁଖ୍ୟ ଖବର

    ବଦଳୁଛି ପୁରୀର ରୂପ

    Share on :
    ajab-Image
    Date: Sep 5, 2019    Views: 291

    ପୁରୀ: ଉଚ୍ଛେଦ ପ୍ରକ୍ରିୟାର କି ସୁଫଳ ପଡ଼ିବ, ତାହା ଧୀରେ ଧୀରେ ପରିଲକ୍ଷିତ ହେବାରେ ଲାଗିଛି । ଯାହାର ଝଲକ ମଧ୍ୟ ସାଧାରଣ ଜନତା ଦେଖିବାକୁ ପାଉଛନ୍ତି । ଫଳରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଧିରେ ଧିରେ ସମର୍ଥନ ମିଳୁଥିବା ଦେଖାଯାଉଛି । 

     ରୂପାନ୍ତରିତ ପୁରୀର ନୂଆ ରୂପ । ଏବେ ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି । ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର ଗର୍ବର ସହ ମୁଣ୍ଡ ଟେକି ଛିଡ଼ା ହୋଇଛି । ପ୍ରଶସ୍ତ ବଡ଼ଦାଣ୍ଡ ସାଙ୍ଗକୁ ଶ୍ରୀମନ୍ଦିରର ସ୍ପଷ୍ଟ ଚିତ୍ର ଦେଶର ଅନ୍ୟ ଉନ୍ନତ ସହରର ଭ୍ରମ ସୃଷ୍ଟି କରୁଥାଇପାରେ । କିନ୍ତୁ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ପରିକଳ୍ପନା କରାଯାଇଥିବା ବିଶ୍ୱସ୍ତରୀୟ ଐତିହ୍ୟ ସହରର ଏକ ଝଲକ ମାତ୍ର ।

    ପୁରୀର ରୂପାନ୍ତରଣ କାର୍ଯ୍ୟ ଏତିକିରେ ଶେଷ ହୋଇନି । କାମ ଜାରି ରହିଛି । ଐତିହ୍ୟ ସହର ଗଠନର କାମ ସରିବା ପରେ ତାହା ପର୍ଯ୍ୟଟକ ଓ ଦେଖଣାହାରୀଙ୍କ ଆଖି ଝଲସେଇ ଦେବ । ଆଉ ଶ୍ରୀଜଗନ୍ନାଥ କ୍ଷେତ୍ରକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବାର କଳଳ୍ପନା ମୁଖ୍ୟମନ୍ତ୍ରୀଙ୍କର ହୋଇଥିଲେ ବି ଏଥିରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ସରକାର ମିଶନ ମୋଡରେ ଏହି କାମ ଆଗେଇ ନେଉଥିବାବେଳେ ପୁରୀବାସୀ ଏହି କାର୍ଯ୍ୟକୁ ନିଜର ଉତ୍ତରଦାୟିତ୍ୱଭାବେ ଗ୍ରହଣ କରି ସହଯୋଗ କରୁଛନ୍ତି । 

    କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ । ପ୍ରକୃତରେ ରୂପାନ୍ତରଣ ପ୍ରକ୍ରିୟାରେ ଥିବା ପୁରୀର ଏହି ଫଟୋକୁ ଦେଖିଲେ ଭବିଷ୍ୟତର ରୂପରେଖ ସ୍ପଷ୍ଟ ବାରି ହେଉଛି । ଏହା କୌଣସି ଚିତ୍ରକରର ଭାବନା ନୁହେଁ  କି ମିଛ ଗ୍ରାଫିକ୍ସ ନୁହେଁ ।  ଯେଉଁ କାର୍ଯ୍ୟ ବର୍ଷ ବର୍ଷ ଧରି ହୋଇପାରୁନଥିଲା ଏବେ ପୁରୀ ପ୍ରଶାସନ ସହରକୁ ଦର୍ଶନୀୟ ଓ ସୁନ୍ଦର କରିବାକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହ ଲାଗିଛନ୍ତି ।  କେବଳ ପୁରୀର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ନୁହେଁ, ଏହାକୁ ଏକ ବିଶ୍ୱସ୍ତରୀୟ  ସାଂସ୍କୃତିକ କ୍ଷେତ୍ରଭାବେ ଗଢି ତୋଳିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । 

    ମାତ୍ର  କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ଚାରିପାଖରୁ ଅବରୋଧ ଓ ନିର୍ମାଣ ହଟିବା ପରେ ଶ୍ରୀମନ୍ଦିରର ଏକ ସୁସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ମେଘଦାନ ପ୍ରାଚୀର ଚାରିପଟ ରାସ୍ତା ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଶ୍ରୀମନ୍ଦିର ଚାରିପଟେ ଥିବା ବେଆଇନ ଓ ଭଗ୍ନପ୍ରାୟ ନିର୍ମାଣ ଗୁଡ଼ିକ ହଟେଇ ଦିଆଯାଇଛି । ଏହା ଦ୍ୱାରା ଶ୍ରୀମନ୍ଦିର ଚାରିପଟେ ଭକ୍ତଙ୍କ ପାଇଁ ବିରାଟ ଖାଲି ଯାଗା ସୃଷ୍ଟି ହୋଇପାରିଛି । ଏଠାରେ ବର୍ତ୍ତମାନ ପାର୍କିଂ, ଟ୍ରାଫିକ ଓ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଖାଲି ସ୍ଥାନ ସୃଷ୍ଟି ହୋଇଛି । ଫଳରେ ଶ୍ରୀଗଜନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସୁରୁଖୁରୁରେ ଶ୍ରୀଜୀଉମାନଙ୍କ ଦର୍ଶନ କରିପାରିବେ । 
    ତିରୁପତି, ଶିରିଡ଼ି ଓ ଅମୃତସର ଭଳି ଦେଶର ଅନ୍ୟ ଉନ୍ନତ ଧାର୍ମିକ ସହର ସହ ତୁଳନା କଲେ ବିଗତ ବର୍ଷଗୁଡ଼ିକରେ ପୁରୀର ଭିତ୍ତିଭୂମି ବିକାଶ ପାଇଁ ବିଶେଷ କିଛି କାର୍ଯ୍ୟ ହୋଇନହିଁ ।  ଏବେ କିନ୍ତୁ ପୁରୀକୁ ବିଶ୍ୱସ୍ତରୀୟ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଦ୍ରୁତ ରୂପାନ୍ତରଣ କାର୍ଯ୍ୟ ଚାଲିଛି । 

    Maximum 500 characters

    ସଂସ୍କୃତି View all

    Find Us on Facebook