Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

    ବେପାର ପେଣ୍ଠ ପାଲଟିଥିଲା ମଠ ?

    Share on :
    Date: Sep 5, 2019    Views: 57

    ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉଚ୍ଛେଦ ପ୍ରକ୍ରିୟା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି  । କେଉଁ ଉଦେ୍ଧଶ୍ୟରେ ସରକାର ଏଭଳି କରୁଛନ୍ତି ତାହାକୁ ନେଇ ନାନାଦି ଆଲୋଚନା ବି ହେଉଛି  । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟର ଝଲକ ଆମେ ସମସ୍ତେ ସ୍ୱଚକ୍ଷୁରେ ଦେଖିପାରୁଛୁ  । ଫଳରେ ଅନେକ ସରକାରଙ୍କ ନିଷ୍ପତିକୁ ସମର୍ଥନ କରୁଥିବା ପରିଲକ୍ଷିତ ହୋଇଛି  । ପ୍ରାରମ୍ଭରେ ଏହି ଉଚ୍ଛେଦ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିଲା  । କିନ୍ତୁ ସମ୍ପ୍ରତି କେତେକ ବୁଦ୍ଧିଜୀବୀ ଓ ଆଧ୍ୟାତ୍ମିକ ଗୋଷ୍ଠୀର ଲୋକମାନେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି  । ଶ୍ରୀମନ୍ଦିରର ଚତୁଃପାଶ୍ୱର୍ର ୭୫ ମିଟର ପରିଧି ଭିତରେ ଥିବା ବିପଦଶଙ୍ଖୁଳ ଓ ବେଆଇନ ନିର୍ମାଣକୁ ସରକାର ଭୂମିସାତ କରିବା ପାଇଁ ନିଷ୍ପତି ନେଇଥିବାବେଳେ କେତେକ ସାଧୁ ଓ ଆଧ୍ୟାତ୍ମିକ ଗୁରୁମାନେ ବିରୋଧାଭାସ ପ୍ରକଟ କରିଛନ୍ତି  । ସେମାନେ ପୁରୀରେ ଥିବା ମଠଗୁଡ଼ିକର ନିରାପତା ଓ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି  । କେତେକ ସରକାରୀ ବିରୋଧୀ ଶକ୍ତି ଓ ବୁଦ୍ଧିଜୀବୀ ସ୍ୱାଭାବିକ ଭାବେ ଏଭଳି ଯୁକ୍ତିକୁ ସମର୍ଥନ କରି ସୋସିଆଲ ମିଡ଼ିଆରେ ସରକାରଙ୍କ ବିରୋଧରେ ଧୂମ ପ୍ରଚାର ମଧ୍ୟ କରୁଛନ୍ତି  ।

    ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଯେଉଁମାନେ ଏବେ ମଠ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ସେମାନେ କେବେବି ସେହି ମଠ ପରିଦର୍ଶନ କରିନାହାନ୍ତି  । ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ସମୁଦ୍ର ବେଳାଭୂମିରେ ସ୍ନାନର ମଜା ନେବାକୁ ପସନ୍ଦ କରୁଥିବା ତଥାକଥିତ ବୁଦ୍ଧିଜୀବୀମାନଙ୍କ ମନରେ ହଠାତ ଏବେ ଆଧ୍ୟାତ୍ମିକ ଚେତନା ପ୍ରବେଶ କରିଛି  । ତେବେ ଏମାର ମଠ ଓ ଅନ୍ୟ ମଠଗୁଡ଼ିକ ଜଗନ୍ନାଥ ସଂସ୍କୃତିର ଏକ ଅଂଶବିଶେଷ ବୋଲି ଆମେ ସମସ୍ତେ ସ୍ୱୀକାର କରୁଛୁ  । କିନ୍ତୁ ବିଗତ ଦିନ ମାନଙ୍କରେ ଏଇସବୁ ମଠର ଗତିବିଧିକୁ ଲକ୍ଷ୍ୟ କଲେ ସତରେ କ’ଣ ମଠଗୁଡ଼ିକ ଏବେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ରତା ବଜାୟ ରଖିବାରେ ସମର୍ଥ ହୋଇଛନ୍ତି କି ? ଏହି ପ୍ରଶ୍ନର ସଂଖ୍ୟାଧିକ ଉତର ହେଉଛି ନା  । ଆଧ୍ୟାତ୍ମିକ ଚେତନା ଅପେକ୍ଷା ବ୍ୟବସାୟିକ ସମୃଦ୍ଧି ଉପରେ ମଠଗୁଡ଼ିକ ଧ୍ୟାନ ଦେଉଥିବା ଲକ୍ଷ୍ୟ କରାଯାଏ  । ମଠଗୁଡ଼ିକୁ ବ୍ୟବସାୟିକରଣ କରିବାକୁ କ’ଣ ଜଗନ୍ନାଥ ସଂସ୍କୃତି ଅନୁମତି ଦେଇଛି କି ? ଏଇ ପ୍ରଶ୍ନ ଆମେ ସେହି ବାକ୍ୟବୀର ବୁଦ୍ଧିଜୀବୀଙ୍କୁ ହିଁ ପଚାରିବାକୁ ଶ୍ରେୟସ୍କର ମଣୁଛୁ  । ମଠ ଭିତରେ ଜୋତା ଦୋକାନ ଓ ଜୋତା ଷ୍ଟାଣ୍ଡ କରିବା କେତେଦୂର ଯୁକ୍ତିଯୁକ୍ତ ? ଏସବୁ ମଠର ପବିତ୍ରତାକୁ ନଷ୍ଟ କରୁନାହିଁ କି ? ବାସ୍ତବରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏସବୁ ମଠ ଅଭିପ୍ରେତ  । କିନ୍ତୁ ସମ୍ପ୍ରତି ମୌଳିକ ଧର୍ମରୁୁ ଦୂରେଇ ଯାଇ ମଠଗୁଡ଼ିକ ବାଣିଜି୍ୟକ ଲାଭ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି  । ସମ୍ପ୍ରତି ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି, ସେଥିରେ ମଠଗୁଡ଼ିକୁ ଧ୍ୱଂସ କରିବାର ଉଦେ୍ଧଶ୍ୟ ଆଦୌ ନାହିଁ  । ବରଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଡେଣା ମେଲାଇଥିବା ନିର୍ମାଣ କାର୍ଯ୍ୟ ଭୂମିସାତ କରିବା ହିଁ ପ୍ରମୁଖ ଉଦେ୍ଧଶ୍ୟ ରହିଛି  । ଯାହାଫଳରେ ମହାପ୍ରଭୂଙ୍କ ଅଗଣିତ ଭକ୍ତମାନେ ଶ୍ରମନ୍ଦିରର ଆଧ୍ୟାତ୍ମିକ ଚେତନାରେ ବଶୀଭୂତ ହେବା ସହ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇପାରିବେ  ।

    ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପରେ ଗଣମାଧ୍ୟମରୁ ଅନେକ ଲୋକ ମଠର ସ୍ଥିତି ଓ ଅବସ୍ଥିତି ସମ୍ପର୍କରେ ଜାଣିବାକୁ ପାଇଛନ୍ତି  । ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ କାୟାବିସ୍ତାର କରିଥିବା ମଠଗୁଡ଼ିକଯେ, ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ ହୋଇଥିଲା ତାହା ଏବେ ଅନେକ ଅନୁଭବ କରୁଛନ୍ତି  । ବଡ଼ ବଡ଼ ହୋଡର଼୍ିଂ ଓ ବୋଡର଼୍ ଭିତରେ ସତେଯେମିତି ମଠ ନିଖୋଜ ହୋଇଯାଇଥିଲା  । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ବ୍ୟବସାୟିକ କାର୍ଯ୍ୟରୁ ମଠଗୁଡ଼ିକ କେତେ ଆୟ କରୁଥିଲା, ତାହା କେଉଁବାଟରେ ଖର୍ଚ୍ଚ ହେଉଥିଲା, କିଏ ଖର୍ଚ୍ଚ କରୁଥିଲେ ତାହାକୁ ସମସ୍ତଙ୍କୁ ଅଗୋଚର  । ଏହାର ଅଡ଼ିଟ ମଧ୍ୟ ହୁଏ ନାହିଁ  । ମଠଗୁଡ଼ିକର ଉନ୍ନତି ନେଇ ବି ମଠାଧିଶ ବା ମଠ ମହନ୍ତମାନେ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳେନାହିଁ  । ଯେଉଁଥିପାଇଁ ଅତୀତରେ ସରକାର ମଠର ଉନ୍ନତିକରଣ ପାଇଁ ଯୋଜନା କରିବାକୁ ବାଧ୍ୟ ହୋଇଥିଲେ  । ଅତୀତରେ ମଠଗୁଡ଼ିକ ପକ୍ଷରୁ କେବେ ସାଧୁସନ୍ଥ ସମ୍ମେଳନ କରିବାର ବି ନଜିର ନାହିଁ  । କିନ୍ତୁ ହଠାତ ଏହି ସବୁ ସାଧୁସନ୍ଥଙ୍କ ଆର୍ବିଭାବ ପଛରେ କୌଣସି ନିଘନ ରହସ୍ୟ ଥିବା ମନେହୁଏ  ।

    SUJIT SUNDARAY

    GADAMANATIR,KHURDA

    Maximum 500 characters

    ଆପଣଙ୍କ ମତ View all

    Find Us on Facebook