Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ନିର୍ଧାରିତ ହେଲା ନୂଆଁଖାଇ ମହାଲଗ୍ନ

    Share on :
    ajab-Image
    Date: Aug 25, 2019    Views: 395

    ସମ୍ବଲପୁର : ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଁଖାଇ ପାଇଁ ମହାଲଗ୍ନ ନିର୍ଦ୍ଧାରିତ ହୋଇଛି  । ଆସନ୍ତା ୩ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ମଙ୍ଗଳବାର ପୂର୍ବାହ୍ନ ୧୦ ଟା ୫ ରୁ ୧୦ଟା ୨୦ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗି ହେବ । ଏହା ପରେ ଲୋକେ ଅନ୍ୟ ଦେବାଦେବୀ ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ । ଶନିବାର ଅପରାହ୍ନରେ ବ୍ରହ୍ମପୁର ମନ୍ଦିରରେ ଅନୁଷ୍ଠିତ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଅାଁଖାଇ ପାଇଁ ମହାଲଗ୍ନ ନିର୍ଦ୍ଧାରିତ ହୋଇଛି । ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ତଥା ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ସଭାପତି ପଣ୍ଡିତ ଲକ୍ଷ୍ମଣ ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବୈଠକରେ ଅମରନାଥ ମିଶ୍ର, ମହେଶ୍ୱର ନାୟକ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଜିତେନ୍ଦ୍ର କୁମାର ନନ୍ଦ, ଅମରେନ୍ଦ୍ର ପୂଜାରୀ, ସୁରେଶ ଚନ୍ଦ୍ର ଦେବତା, ଶୈଳେନ୍ଦ୍ର ପୂଜାହାରୀ, ସଚ୍ଚିଦାନନ୍ଦ ମିଶ୍ର କରଶର୍ମା, ମନବୋଧ ପାଢ଼ୀ, ବୁଲୁ ପଣ୍ଡିତ, ଗୋପୀନାଥ ପଣ୍ଡା, ଶଶାଂକ ଶେଖର ମିଶ୍ରଳ, ଭଗବାନ ବଡ଼ପଣ୍ଡା, ଶ୍ରୀମନ୍ତ ମିଶ୍ର, ସରୋଜ ସାହୁ, ଅଭିଷେକ ମିଶ୍ର, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟମାନେ ସମଲେଶ୍ୱରୀ ମନ୍ଦିର ଯାଇ ମାଙ୍କ ପୂଜାର୍ଚ୍ଚନା କରିବା ସହ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଲଗ୍ନ ପତ୍ର ଅର୍ପଣ କରିଥିଲେ ।

    Maximum 500 characters

    ସଂସ୍କୃତି View all

    Find Us on Facebook