Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ବୁଧିବାମନ ଓଷା

    Share on :
    ajab-Image
    Date: Aug 21, 2019    Views: 135

    ବୁଧିବାମନ ଓଷା ବା ବୁଧେଇ ଓଷା । ଏହା ଏକ ଖାଣ୍ଟି ଓଡ଼ିଆ ଓଷା । ଓଡ଼ିଆ ରୀତି ଅନୁଯାୟୀ ଏହି ଦିନରେ ଶିଳ ଓ ଶିଳପୁଆଙ୍କୁ ସ୍ନାନ କରାଇ, ଚିତା ଓ କଜ୍ଜ୍ୱଳ ଲଗାଇ, ଫୁଲରେ ସଜାଇ, ଦ୍ୱୀପ ଜାଳି ପୂଜା କରାଯାଏ । କିମ୍ବଦନ୍ତି ଅନୁଯାୟୀ ଏକଦା ଜଣେ ବିତ୍ତଶାଳୀ ସାଧବ ରାଜକୋପରେ ପଡ଼ି, ନିଜର ପୁତ୍ରମାନେ କିପରି ରାଜକ୍ଷମା ପାଇ, ମୁକ୍ତ ହେବେ, ସେହି ବାବଦରେ ଶିଳ ଓ ଶିଳପୁଆ କଥା ହେଉଛନ୍ତି । ସେହି ଦିନ ଥିଲା ଭାଦ୍ରବ ମାସ ମଙ୍ଗଳବାର । ପର ଦିନ ସାଧବାଣୀ ଶିଳ ଓ ଶିଳପୁଆଙ୍କୁ ପୂଜା କଲେ । ଦ୍ୱିତୀୟ ପାଳି ପୂଜା ପରେ ସାଧବଙ୍କୁ ପତ୍ରମାନଙ୍କ ସହ ମୁକ୍ତ କରିବା ପାଇଁ ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ରାଜା ସେମାନଙ୍କୁ ମୁକ୍ତି ଦେବା ସହ ସାଧବାଣୀଙ୍କୁ ମହଲକୁ ଡକାଇଥିଲେ । ରାଣୀ ତାଙ୍କଠାରୁ ପୂଜା ବିଧି ପଚାରି ବୁଝିଥିଲେ । ତାହା ପରେ ଅପୁତି୍ରକ ରାଜ ଦମ୍ପତିଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା । ଏହି ଲୋକକଥା ଆଧାରରେ ଗୋପୀନାଥ ଦାସ ଓ ଗୌରଚରଣ ବୁଧେଇ ଓଷାକୁ ପଦ୍ୟ ରୂପେ ଦେଇଥିବା ଜଣାଯାଏ । ଦ୍ୱିଜ ଗୌରଚରଣଙ୍କ ବୁଧେଇ ଓଷା ଶହେ ଚଉତିରିଶ ପଦ ବିଶିଷ୍ଟ ପଦ୍ୟ । ଉଲ୍ଲେଖଯୋଗ୍ୟ ଯେ, ଭାଦ୍ରବ ମାସ ପ୍ରତି ବୁଧବାର ସନ୍ଧ୍ୟାରେ ନାରୀମାନେ ଏହି ଓଷା ପାଳନ କରନ୍ତି ।

    Maximum 500 characters

    ସଂସ୍କୃତି View all

    Find Us on Facebook