Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କେମିତି ପାଇବେ ମା’ ଲକ୍ଷ୍ମୀଙ୍କ କୃପା

    Share on :
    ajab-Image
    Date: Aug 16, 2019    Views: 195


    ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।  ଧନର ବୃଦ୍ଧି ହୋଇଥାଏ। ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ। ଏଥିରେ ଆମେ ବ୍ୟତିବ୍ୟସ୍ତ ହେଉ ଏବଂ ଭଗବାନଙ୍କୁ ଦୋଷ ଦେଇଥାଉ। ପ୍ରକୃତରେ ଏହା ପଛର କାରଣ ହେଉଛି ଆମେ ଅଜଣାତରେ ଏପରି କିଛି କାର୍ୟ୍ୟ କରୁ ଯାହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ୟ୍ୟ ସମ୍ବନ୍ଧରେଟ୍ଟ..

    ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ।

    ଘରକୁ ଯଦି କୌଣସି ସାଧୁ ଖାଦ୍ୟ ଖାଇବା ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ।

    ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ। ଏହା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ସେହି ଗୃହରେ ଧନର ଅଭାବ ରହେ ନାହିଁ।

    କୌଣସି ଶାସ୍ତ୍ରର ଅନାଦାର କରିବା ମଧ୍ୟ ଉଚିତ ନୁହେଁ, ଏହା ଦ୍ୱାରା ନିଜର ମାନସମ୍ମାନ ହାନି ହୋଇଥାଏ।

    ସକାଳେ ଅଧିକ ସମୟ ଓ ସୂର୍ୟ୍ୟ ଅସ୍ତ ସମୟରେ ଶୋଇବା ଦ୍ୱାରା ଗୃହରେ ଧନହାନୀ ହେବା ସହ ରୋଗଗ୍ରସ୍ତ ହୋଇଥାଆନ୍ତି।

    ସର୍ବଦା ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ। ଏହା ଦ୍ୱାରା ମା’ଙ୍କ କୃପା ରହିଥାଏ।

    ଗୃହକୁ ମଧ୍ୟ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଉଚିତ। ଏପରି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ।

    ଯେଉଁ ପାଉଞ୍ଜି ପିନ୍ଧୁଛନ୍ତି ସେଥିରେ ଘୁଙ୍ଗୁର ରହିବା ଆବଶ୍ୟକ। ଏହା ଦ୍ୱାରା ମା’ଳକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ।

     

    Maximum 500 characters

    ସଂସ୍କୃତି View all

    Find Us on Facebook