Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୪୫ ମିନିଟ୍ ନୁହେଁ, ଏଣିକି ଦେଢ଼ ଘଣ୍ଟିଆ କ୍ଲାସ

    Share on :
    ajab-Image
    Date: Aug 14, 2019    Views: 105

    ଭୁବନେଶ୍ୱର : ଏଣିକି ବିଜ୍ଞାନ, ଗଣିତ ଓ ଇଂରାଜୀ ବିଷୟ ୪୫ ମିନି ନୁହେଁ ଦେଢ଼ ଘଣ୍ଟା ପଢ଼ାଯିବ । ଏହି ୩ଟି ବିଷୟରେ ଛାତ୍ରଛାତ୍ରୀମାନେ ଦୁର୍ବଳ ରହୁଥିବାରୁ ଏଥିପାଇଁ ଅଧିକ ୪୫ ମିନିଟ ପଢ଼ାଯିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଚଳିତ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

    ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଶିକ୍ଷା ବିଭାଗରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ସମୀକ୍ଷା କରାଯିବା ଦ୍ୱାରା ଅଧିକାଂଶ ପିଲା ଇଂରାଜୀ, ବିଜ୍ଞାନ ଓ ଗଣିତରେ ଖରାପ ଫଳାଫଳ କରୁଥିବା ଦେଖିବାକୁ ମିଳିଥିଲା । ତେଣୁ ଏହି ୩ଟି ବିଷୟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଦେଢ଼ ଘଣ୍ଟା ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ଅନ୍ୟ ବିଷୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ୪୫ ମିନିଟ ପଢ଼ାଇବା ପାଇଁ କୁହାଯାଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook