Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଅର୍ଥନୀତି

ମୁଖ୍ୟ ଖବର

    ଜିଏସଟି ଆଦାୟରେ ଆଗୁଆ ଓଡ଼ିଶା

    Share on :
    ajab-Image
    Date: Aug 14, 2019    Views: 135

    ନୂଆଦିଲ୍ଲୀ : ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଆଦାୟ କ୍ଷେତ୍ରରେ ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରଦର୍ଶନ ଭଲ ରହିଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଭଳି ଶିଳ୍ପୋନ୍ନତ ରାଜ୍ୟକୁ ଏହା ପଛରେ ପକାଇ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ଦେଶର ଜିଏସଟି ଆଦାୟ ରାଶି ଗତ ଆର୍ଥିକ ବର୍ଷର ସାମାନ୍ୟ ଅବଧି ତୁଳନାରେ ୯ ପ୍ରତିଶତ ବୃଦ୍ଧି ଘଟି ୩.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟଗୁଡ଼ିକୁ ବିଚାରକୁ ନେଲେ ଜିଏସଟି ଆଦାୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ପ୍ରଦର୍ଶନ ଭଲ ରହିଛି ।

    ନାଗାଲାଣ୍ଡର ଜିଏସ୍ଟି ଆଦାୟରେ ସର୍ବାଧିକ ୩୯ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଅରୁଣାଚଳ ପ୍ରଦେଶର ୩୫ ପ୍ରତିଶତ, ସିକ୍କିମର ୩୨ ପ୍ରତିଶତ ଜିଏସଟି ଆଦାୟ ବୃଦ୍ଧି ଘଟିଛି ।

    ଚଳିତ ଆର୍ଥିକ ବର୍ଷର ଏପି୍ରଲରୁ ଜୁଲାଇ ମଧ୍ୟରେ ଓଡ଼ିଶାର ଜିଏସଟି ଆଦାୟ ରାଶି ୯,୨୬୪ କୋଟି ଟଙ୍କା ରହିଛି । ପୂର୍ବ ଆର୍ଥିକ ବର୍ଷରେ ଏହି ରାଶି ୭୬୬୬ କୋଟି ଟଙ୍କା ରହିଥିଲା । ଅର୍ଥାତ ୨୦୧୮ ଏପି୍ରଲ-ଜୁଲାଇ ତୁଳନାରେ ୨୦୧୯ ଏପି୍ରଲ ଜୁଲାଇରେ ଓଡ଼ିଶାର ଜିଏସଟି ଆଦାୟ ରାଶିରେ ୨୦.୮ ପ୍ରତିଶତ ବୃଦ୍ଧି ଘଟିଛି । ଓଡ଼ିଶା ପଛକୁ ଉତ୍ତରାଖଣ୍ଡ ରହିଛି । ଏହି ରାଜ୍ୟର ଜିଏସ୍ଟି ଆଦାୟ ରାଶିରେ ୧୯.୯ ପ୍ରତିଶତ ବୃଦ୍ଧି ଘଟି ୩,୬୭୬ କୋଟି ଟଙ୍କାରେ ପହଞ୍ଚିଛି । ସେହିଭଳି ବିବାହରର ଜିଏସଟି ଆଦାୟ ରାଶିରେ ୧୭.୮ ପ୍ରତିଶତ ବୃଦ୍ଧି ଘଟି ୧୧,୬୨୫ କୋଟି, ମଧ୍ୟପ୍ରଦେଶର ୧୪.୬ ପ୍ରତିଶତ ବୃଦ୍ଧି ଘଟି ୧୪.୦୨୪ କୋଟି, ଆସାମର ୧୪.୧ ପ୍ରତିଶତ ବୃଦ୍ଧି ଘଟି ୬.୧୯୭ କୋଟି ରହିଛି । ଉତ୍ତର ପ୍ରଦେଶର ୧୨ ପ୍ରତିଶତ ବୃଦ୍ଧି ସହିତ ୩୪.୭୮୩ କୋଟି, କର୍ଣ୍ଟାଟକର ୧୦.୭, ପ୍ରତିଶତ ବୃଦ୍ଧି ସହିତ ୧୯.୭୮୯ କୋଟି, ତାମିଲନାଡୁର ୧୦ ପ୍ରତିଶତ ବୃଦ୍ଧି ସହିତ ୨୭.୯୫୯ କୋଟି, ଆନ୍ଧ୍ରପ୍ରଦେଶର ୯.୧ ପ୍ରତିଶତ ବୃଦ୍ଧି ସହିତ ୧୪.୪୨୮ କୋଟି, ତେଲେଙ୍ଗାନାର ୮.୭ ପ୍ରତିଶତ ବୃଦ୍ଧି ସହିତ ୧୬,୧୨୧ କୋଟି, ମହାରାଷ୍ଟ୍ରର ୭.୨ ପ୍ରତିଶତ ବୃଦ୍ଧି ସହିତ ୫୪.୨୦୮ କୋଟି ଟଙ୍କା ରହିଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook