Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୦ ଏସଡିଏଫ ବିଧାୟକ ବିଜେପିରେ

    Share on :
    Date: Aug 14, 2019    Views: 23

    ନୂଆଦିଲ୍ଲୀ : ସିକିମରେ ୧୦ ଜଣ ଏସଡିଏଫ (ସିକିମ ଡେମୋକ୍ରାଟିକ ଫ୍ରଣ୍ଟ) ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି । ନିକଟରେ ସରିଥିବା ସିକ୍କିମ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ବି ଆସନ ପାଇପାରିନଥିଲେ ମଧ୍ୟ ଏବେ ବିଜେପିର ଆସନ ସଂଖ୍ୟା ଶୂନରୁ ୧୦ ରେ ପହଞ୍ଚିଛି । ଏହା ଫଳରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇପାରିବେ । ଏସ୍ଡିଏଫ ବିଧାୟକମାନେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିବା ପରେ ବିଜେପିରେ ଯୋଗ ଦେଇଥିଲେ  । ଦକ୍ଷିଣ ପୂର୍ବରେ ବିଜେପି ସାଧାରଣ ସଚିବ ରାମ ମାଧବ ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ରାମ ମାଧବ ଗଣମାଧ୍ୟମକୁ କହିଛନ୍ତି ଯେ ଏସଡିଏଫର ବିଧାୟକ ସଂଖ୍ୟା ୧୩ ଥିବା ବେଳେ ଏହାର ବିଧାୟକମାନେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ରାଜ୍ୟର ବଡ଼ ପରିବର୍ତ୍ତନର ସୂତ୍ରପାତ କରିଛନ୍ତି । ବିଜେପି ସିକିମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ମୁଖ୍ୟ ଦଳ କିମ୍ବା ଆଞ୍ଚଳିକ ଦଳ ସହ ମେଣ୍ଟ କରି ଶାସନ କରି ଆସୁଛି । ୧୦ ଏସଡିଏଫ ବିଧାୟକ ବିଜେପିରେ ଯୋଗ ଦେବା ପରେ ସିକ୍କିମରେ ବିଜେପିକୁ ନୂୂଆ ଶକ୍ତି ମିଳିଛି । ଏସଡିଏଫର ନେତୃତ୍ୱ ନେଇଥିବା ପୱନ କୁମାର ଚାମଲିଙ୍ଗ ଦୀର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ ଚାମଲିଙ୍ଗ କ୍ଷମତାଚୁ୍ୟତ ହୋଇଛି । ୩୨ ଆସନ ବିଶିଷ୍ଟ ସିକ୍କିମ ବିଧାନସଭାରେ ଏସ୍ଡିଏଫ ମାତ୍ର ୧୫ଟି ଆସନ ଜିତିଥିବା ବେଳେ ଏସଜେଏମ୍ (ସିକିମ କ୍ରାନ୍ତି ମୋର୍ଚ୍ଚା) ୧୭ଟି ଆସନରୁ ଜିତିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook