Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲାଲ ଚୌକରେ ପତାକା ଉତ୍ତୋଳନ କରିବେ ଅମିତ୍ ଶାହ !

    Share on :
    Date: Aug 14, 2019    Views: 105

    ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହ ଏଥର ଜମ୍ମୁ କଶ୍ମୀରର ୭୩ତମ ସ୍ୱାଧୀନତା ଦିବସ ଅବସରରେ ଶ୍ରୀନଗରରେ ପତାକା ଉତ୍ତୋଳନ କରିପାରନ୍ତି । ୧୪ ଅଗଷ୍ଟ ସନ୍ଧ୍ୟାରେ ଶାହ ଶ୍ରୀନଗର ଗସ୍ତରେ ଯିବାକୁ ଯୋଜନା ହୋଇଛି । ଧାରା ୩୭୦ ହଟାଯିବା ପରେ ଏଥର ୧୫ ଅଗଷ୍ଟରେ ଶ୍ରୀନଗରର ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡ଼ିୟୁ ସୁପି୍ରମୋ ନୀତୀଶ କୁମାର ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି । ନିକଟରେ କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ସହିତ ଜମ୍ମୁ କଶ୍ମୀରରୁ ଲଦାଖକୁ ଅଲଗା କରିଥିଲେ । ଏବଂ ଉଭୟକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଥିଲେ । ଯଦି ଶାହ ସ୍ୱାଧୀନତା ଦିବସ ଲାଲ୍ ଚୌକରେ ପତାକା ଉତ୍ତୋଳନ କରିବେ, ତେବେ ତାହା ଏକ ଐତିହାସିକ ପଦକ୍ଷେପ ହେବ । ଶ୍ରୀନଗର ଗସ୍ତ ପରେ ଅମିତ ଶାହ ୧୬ ଏବଂ ୧୭ ଅଗଷ୍ଟରେ ଲଦାଖ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି ।

    ଜାନୁଆରୀ ୨୬, ୧୯୯୨ ରେ ତକ୍ରାଳୀନ ବିଜେପି ସଭାପତି ମୁରଲୀ ମନୋହର ଯୋଶୀ ଏବଂ ତକ୍ରାଳୀନ ଆରଏସଏସ ପ୍ରଚାରକ ନରେନ୍ଦ୍ର ମୋଦି ଶ୍ରୀନଗର ଲାଲ ଚୌକରେ ପତାକା ଉତ୍ତୋଳନ କରିବାକୁ ସଫଳ ହୋଇଥିଲେ । ବିଭିନ୍ନ ଆତଙ୍କବାଦୀ ସଂଗଠନ ଧମକ ସତ୍ତ୍ୱେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୪୮ ମସିହାରେ ପ୍ରଥମ ଥର ପାଇଁ ଏଠାରେ ପତାକା ଉତ୍ତୋଳନ କରିଥିଲେ ।

    Read more

    ଜାମ୍ମୁ କାଶ୍ମୀର ପାଇଁ ଜୀବନ ଦେଇଦେବୁ: ଅମିତ ଶାହା


    ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପାଇଁ ଆମେ ଜୀବନ ଦେଇଦେବୁ ।  ଏଭଳି କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ।  ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଆଗତ କରିବା ପରେ ଶାହା ଏମିତି କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଭାରତର ...

    Read more

    ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଘଟଣା : ରିପୋର୍ଟ ମାଗିଲେ ଶାହ

    ନୂଆଦିଲ୍ଲୀ :  ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ପୁଅ ତଥା ନୂଆ କରି ବିଧାୟକ ହୋଇଥିବା ଆକାଶ ବିଜୟବର୍ଗୀୟ ଇନେ୍ଦାର ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଘଟଣାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ମଧ୍ୟପ୍ରଦେଶ ବିଜେପିଠାରୁ ରିପୋର୍ଟ ମାଗିଛନ୍ତି । ...

    Read more

    ରୋଡ୍‌ ସୋ’ ଲାଗି ଅମିତ ଶାହାଙ୍କୁ ମିଳିଲାନି ଅନୁମତି

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ଟଣାଓଟରା ଲାଗିରହିଛି। ଗତକାଲି ସେଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ଜଣେ ବିଜେପି ସାଂସଦ ପ୍ରାର୍ଥୀ ଭାରତୀ ଘୋଷଙ୍କ ଉପରେ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିବାର ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook