Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

    Share on :
    Date: Aug 14, 2019    Views: 45

    ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ସିବିଏସ୍ଇ ବଢ଼ାଇବା ପରେ ଏହାକୁ ନେଇ ଚାରିଆଡ଼ୁ ବିରୋଧ ଆରମ୍ଭ ହୋଇଯାଇଛି ।  ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କଙ୍କୁ ଚିଠି ଲେଖିଛନ୍ତି । ଏହି ବର୍ଦ୍ଧିତ ଫି’କୁ ନେଇ ପୁନର୍ବିଚାର କରିବାକୁ ସିବିଏସ୍ଇ ଉପରେ ଚାପ ପକାଇବାକୁ ନବୀନ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

    ନବୀନ ଲେଖିଛନ୍ତି ଯେ ପରୀକ୍ଷା ଫି ଅହେତୁକଭାବେ ବଢ଼ାଇ ଦିଆଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫି ୨୪ ଗୁଣା ବଢ଼ାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଅପରପକ୍ଷେ ଓଡ଼ିଶା ସରକାର ଆର୍ଥିକ ଓ ସାମାଜିକ ଅନୁନ୍ନତ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମାଞ୍ଚଳରେ ୨୦୦ ରୁ ଅଧିକ ଇଂରାଜୀ ମାଧ୍ୟମିକ ସ୍କୁଲ ଖୋଲିଛନ୍ତି । ଏହି ସ୍କୁଲ ଗୁଡ଼ିକ ସିବିଏସ୍ଇ ଦ୍ୱାରା ଅନୁବନ୍ଧିତ । ଏହି ପରୀକ୍ଷା ଫି’ବୃଦ୍ଧି ନିଷ୍ପତ୍ତି ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ତେଣୁ ଏହି ପ୍ରସଙ୍ଗରେ ଆପଣ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
    ସୂଚନା ଯୋଗ୍ୟ, ସିବିଏସଇ ପରୀକ୍ଷା ଫି’କୁ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ୫୦ ଟଙ୍କାରୁ ୧୨ ଶହ ଟଙ୍କାକୁ ଏବଂ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ୭୫୦ଟଙ୍କାରୁ ୧୫ ଶହ ଟଙ୍କାକୁ ବଢ଼ାଇଛନ୍ତି । ଏଥିସହ ଲେଟ୍ ଫି ୨ ହଜାର ଟଙ୍କା ଅତିରିକ୍ତ ବିଷୟରେ ପରୀକ୍ଷା ପାଇଁ ୩ ଶହ ଟଙ୍କା ଏବଂ ମାଇଗ୍ରେସନ ବାବଦକୁ ୩୫୦ ଟଙ୍କା ଫି ଦେବାକୁ ଦୁଇ ଦିନ ତଳେ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ପରେ ଏହାକୁ ନେଇ ସାରା ଦେଶରେ ବିରୋଧ ଆରମ୍ଭ ହୋଇଛି ।

    ରାଜ୍ୟ ଅଭିଭାବକ ମହାସଂଘର ୬ ଜଣିଆ ପ୍ରତିନିଧି ଦଳ ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବା ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଅନୁରୋଧ କରିଥିଲେ । ଏହା ସହି ବର୍ଦ୍ଧିତ ଫି ପ୍ରତ୍ୟାହାର କରି ନେବାକୁ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ, ବିଦ୍ୟାଳୟ ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗ ସଚିବ ଲିନା ରାୟ ଏବଂ ସିବିଏସ୍ଇ ଅଧ୍ୟକ୍ଷା ଅନିତା କରୱାଲଙ୍କ ନିକଟକୁ ଚିଠି ଲେଖିଛନ୍ତି ।

    Read more

    ୨ ଲକ୍ଷ ୪୦୬୯ କୋଟିର ପ୍ରକଳ୍ପକୁ ସରକାରଙ୍କ ମଞ୍ଜୁରୀ

    ଭୁବନେଶ୍ୱର : ରାଜ୍ୟ ସରକାର ୨ ଲକ୍ଷ ୪ ହଜାର ୬୯ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ୨୦ତମ ଏଚଏଲସିଏ ବୈଠକରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି  । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ...

    Read more

    ଆକ୍ସନ ମୁଡରେ ନବୀନ : ୧୫ ଜଣଙ୍କୁ ବରଖାସ୍ତ, ୨ ଜଣଙ୍କ ପେନ୍ସନ୍ ବନ୍ଦ

    ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା  ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିଦେ୍ର୍ଧଶ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ...

    Read more

    ସ୍ୱାଧୀନତା ଦିବସରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ ?

    ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ
    ୪୮ ଘଂଟାରେ ବିଜୁଳି ସଂଯୋଗ

    ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି  । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଧାର ପଟେଲ, ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook