Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କାଳିଆ ଯାଞ୍ଚ ଅବଧି ବଢିଲା

    Share on :
    ajab-Image
    Date: Aug 13, 2019    Views: 227

    ଭୁବନେଶ୍ୱର: ବଢିଲା କାଳିଆ ଯାଞ୍ଚ ଅବଧି ।  କାଳିଆ  ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧିକୁ ବୃଦ୍ଧି କରାଯାଇଛି ।  ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୨୭ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।  କାଳିଆ ଯୋଜନାର ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । 

    ତାଙ୍କ ସୂଚନା ଅନୁଯାୟୀ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷଙ୍କ ଯାଞ୍ଚ କରାଯାଇଛି ।  ୨୭ରେ  ପଞ୍ଚାୟତ, ୨୯ରେ ବ୍ଲକ ଓ ୩୧ରେ ଜିଲ୍ଲାସ୍ତରରେ ଯାଞ୍ଚ କରାଯିବ ।  ଅଯୋଗ୍ୟ ହିତାଧିକାରୀମାନେ ପରବର୍ତ୍ତୀ କାଳିଆ କିସ୍ତି ପାଇବେନି ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି । 

    ପ୍ରକାଶ ଯେ, ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ  ପାଇଁ ସତର୍କ ଘଣ୍ଟି ।  ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ  ଏବେ ସାବଧାନ ହେବାକୁ ପଡ଼ିବ ।  କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ । ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ ଯୋଜନାରୁ ଓହରିପାରିବେ । ଏମିିତି ନକଲେ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯିବ । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ  ବୋଲି ଗତ ୬ ତାରିଖ ଦିନ  କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଥିଲେ । 

    ସେ କହିଥିଲେ ଯେ,  ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଛି ।  ଯେଉଁମାନେ  ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡ଼ୁ  କହିପାରିବେ ।  ଦରଖାସ୍ତ ଦେଇ ନିଜକୁ କାଳିଆ ଯୋଜନାରୁ ବାଦ ଦେବାକୁ ହିତାଧିକାରୀ କହିପାରିବେ । ଏଯାବତ ଆମ ପାଖରେ ୧ କୋଟି ଦରଖାସ୍ତ ପଡ଼ିଛି ।  ଅଯୋଗ୍ୟଙ୍କୁ ବାଦ ଦେବା ଓ ଯୋଗ୍ୟଙ୍କୁ ଯୋଜନାରେ ସାମିଲ କରିବା ଆମର ଲକ୍ଷ୍ୟ ।  ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ କମିଟି ଗଠନ କରାଯାଇଛି ।  ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।   ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ନାମ ୱେବସାଇଟରେ ଦିଆଯାଇଛି ।  ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଅଛନ୍ତି ।  ସବୁ ପଞ୍ଚାୟତରେ ବି ହିତାଧିକାରୀ ତାଲିକା ଟଙ୍ଗା ଯାଇଛି ।  ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଥିବା କୃଷି ସଚିବ ସୌରଭ ଗର୍ଗ କହିଥିଲେ । 

    ଉଲ୍ଲେଖ ଥାଉ କି, କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି । କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook