Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଆଂଚଳିକ

ମୁଖ୍ୟ ଖବର

    ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ବାତିଲ

    Share on :
    ajab-Image
    Date: Aug 13, 2019    Views: 121

    ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।  ବର୍ଷା ଯୋଗୁଁ ଟ୍ରାକରେ ପାଣି ଚାଲିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।  ଆଜିର ରାଉରକେଲା-ଜଗଦଲପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି । କାଲିର ଜଗଦଲପୁର-ରାଉରକେଲା ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି । ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଟ୍ରାକରେ ପାଣି ଚାଲିବାରୁ  ଟ୍ରେନ ବାତିଲ କରାଯାଇଛି ।  ଟ୍ରେନ ବାତିଲ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । 

    ଅନ୍ୟପଟେ  ରେଳ ଧାରଣା ଉପରେ ପାଣି ଯୋଗୁଁ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍ ବରପାଲିରେ ଅଟକି ରହିଛି, ଆଜମେର-ପୁରୀ ଏକ୍ସପ୍ରେସ୍ ଲୋଇସିଂହାରେ , ଇସ୍ପାତ ଏକ୍ସପ୍ରେସ୍ ଡୁଙ୍ଗୁରିପାଲିରେ ଅଟକି ରହିଛି । ଏହି ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଟ୍ରେନ୍ ଟ୍ରାକରୁ ପାଣି କମିବା ପରେ ଟ୍ରେନଗୁଡିକ ଗନ୍ତବ୍ୟ ପଥରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ସମ୍ବଲପୁର ମଣ୍ଡଳ ଅର୍ନ୍ତଗତ ଦେଓଗାଁ – ବରଗଡ ଓ ଟିଟିଲାଗଡ ରୁଟର ରେଳ ଧାରଣା ଉପରେ ପାଣି ଯୋଗୁଁ ସେହି ରୁଟର ସମସ୍ତ ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବତଟ ରେଳବାଇ ପକ୍ଷରୁ ଆଗୁଆ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।

    Maximum 500 characters

    ଆଂଚଳିକ View all

    Find Us on Facebook