Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫୁଲୁଛି ହୀରାକୁଦ, ଆସନ୍ତାକାଲି ନିଷ୍କାସନ

    Share on :
    Date: Aug 13, 2019    Views: 95

    ସମ୍ବଲପୁର : ୨ଦିନ ଧରି ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଫୁଲୁଛି । ହୀରାକୁଦ ଡ୍ୟାମକୁ ବନ୍ୟା ଜଳ ଅଧିକ ମାତ୍ରାରେ ପ୍ରବେଶ କରୁଛି । ଆସନ୍ତାକାଲି ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ତେଣୁ କ୍ରମାଗତ ଭାବେ ଡ୍ୟାମର ଜଳପତନ ବଢିବାରେ ଲାଗିଛି । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୫୪ ଘନଫୁଟ ରହିଛି । ଏହାର ଜଳ ଧାରଣା କ୍ଷମତା ୬୩୦ ଘନ ଫୁଟ ରହିଛି । ତେଣୁ ତଳିଆ ଅଂଚଳରେ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସତର୍କ କରାଯାଇଛି । 

    ଛତିଶଗଡ, ସମ୍ବଲପୁର, ଝାରସୁଗୁଡାରେ ଲଗାଣ ବର୍ଷା କାରଣରୁ ହୀରାକୁଦର ଛାତି ଫୁଲୁଛି । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୮୦୪୯୧ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ପ୍ରତି ସେକେଣ୍ଡରେ ୧୮୫୧୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ଫଳରେ ଆସନ୍ତାକାଲି ସୁଦ୍ଧା ଜଳସ୍ତର ୬୧୭.୮ ଘନଫୁଟ କିମ୍ବା ୬୧୮ ଘନଫୁଟରେ ପହଁଚିବ ବୋଲି ଅନୁମାନ କରିଛି । ଏବେ ସୁଦ୍ଧା ଡ୍ୟାମର ଜଳସ୍ତର ୬୧୫.୫୪ ଘନଫୁଟ ରହିଛି । ତେବେ ଆସନ୍ତା କାଲି ଦିନ ୧୧ଟା ପରେ ଜଳ ନିଷ୍କାସିତ ହେବ । ପ୍ରଥମେ ପୂଜାର୍ଚ୍ଚନା ପରେ ୭ନମ୍ବର ସ୍ୱିଚ୍ ଗେଟ ଖୋଲାଯିବ ଏହା ପରେ ଅନ୍ୟ ଗେଟ ଖୋଲାଯିବ । କେତେଟା ଗେଟ୍ ଖୋଲାଯିବ ସ୍ଥିର ହୋଇ ନାହିଁ । ସ୍ଥିତିକୁ ଅନୁଧ୍ୟାନ କରି କେତେ ଗେଟ ଖୋଲାଯିବ ତାହା ନିର୍ଦ୍ଧାରିତ କରାଯିବ ।

    ଆସନ୍ତାକାଲି ଗେଟ୍ ଖୋଲାଯିବା ନେଇ ସମ୍ବଲପୁର, ବୁର୍ଲା, ହୀରାକୁଦ ଏବଂ ଆଖପାଖ ଅଂଚଳରେ ପ୍ରଚାର କରାଯାଉଛି । ମହାନଦୀ ଅବବାହିକାକୁ ନଯିବାକୁ ଓ ଗୃହପାଳିତ ଜୀବଜନ୍ତୁଙ୍କୁ ନଛାଡିବାକୁ କଟକଣା ଜାରୀ କରାଯାଇଛି । 

    Read more

    ବନ୍ଦ ହେଲା ହୀରାକୁଦର ୫ ଗେଟ୍‌

    ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ହ୍ରାସ ପାଉଛି । ଏହାକୁ ନଜରରେ ରଖି ଡ୍ୟାମ୍‌ରେ ଖୋଲାଥିବା ୧୦ଟି ଗେଟ୍‌ ମଧ୍ୟରୁ ୫ଟି ଆଜି ପୁଣି ବନ୍ଦ କରି ଦିଆଯାଇଛି । ଫଳରେ ଏବେ ୫ଟି ଗେଟ୍‌ ଦେଇ ଜଳ ନିସ୍କାସନ ହେଉଥିବା ସୂଚନା ...

    Read more

    ଖୋଲିଲା ହୀରାକୁଦ ଗେଟ୍

    ଭୁବନେଶ୍ୱର :  ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି  । ଗୋଟିଏ ଗେଟ ଖୋଲଯାଇଥିବା ଜଣାପଡ଼ିଛି  । ପୂଜାର୍ଚ୍ଚନା ପରେ ୭ ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି  । ତଳମୁଣ୍ଡରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଔପଚାରିକତା ଭାବେ ଗେଟ ଖୋଲଯାଇଛି  ...

    Read more

    ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର

    ସମ୍ବଲପୁର : ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା କାରଣରୁ ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook