Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ବିଶେଷ

ମୁଖ୍ୟ ଖବର

    ଅପପୁଷ୍ଟି ରୋକିବ ରାଜସ୍ଥାନୀ ଚାଉଳ

    Share on :
    ajab-Image
    Date: Aug 12, 2019    Views: 165

    ମାଲକାନଗିରି: ପୁଷ୍ଟିହୀନତା ଦୂର କରିବ ରାଜସ୍ଥାନୀ ଚାଉଳ । ଭିଟାମିନ ଯୁକ୍ତ ଏକ କିଲୋ ପରିମାଣର ଏହି ଚାଉଳ ଏକ କୁଇଣ୍ଟାଲ ସାଧାରଣ ଚାଉଳରେ ପ୍ରଥମେ ମିଶ୍ରଣ କରାଯିବ । ପରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜିଲ୍ଲାବାସୀଙ୍କୁ ଯୋଗାଇ ଦିଆଯିବ । ଏହା ବ୍ୟତୀତ ପ୍ରତି ସ୍କୁଲ ଓ ଅଙ୍ଗନବାଡ଼ିରେ ଏହି ଚାଉଳରୁ ପ୍ରସ୍ତୁତ ଭାତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ଜିଲ୍ଲାରେ ପୁଷ୍ଟିହୀନତା ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ଉଦ୍ୟମ ଆରମ୍ଭ କରିଥିବା ବେଳେ ରବିବାର ଏକ ବୈଠକରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ଚେନ୍ନାଇରୁ ଏକ ସ୍ୱତନ୍ତ୍ର ମିଶ୍ରଣ ମେସିନ ଏଥିପାଇଁ ଅଣାଯିବ । ପ୍ରତି ଏକ କୁଇଣ୍ଟାସାଧାରଣ ଚାଉଳ ପାଇଁ ଏକ କିଲୋ ହିସାବରେ ପ୍ରଥମେ ମିଶ୍ରଣ କରାଯିବ । ପରେ କଣ୍ଟ୍ରୋଲ ଦୋକାନ, ସ୍କୁଲ ଓ ଅଙ୍ଗନବାଡ଼୍ିକୁ ଯୋଗାଣ ହେବ ବୋଲି ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଚେନ୍ନାଇରୁ ସ୍ୱତନ୍ତ୍ର ମିଶ୍ରଣ ମେସିନ ଅଣାଯାଇ ମିଲରମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ । ମିଶ୍ରଣ ପରେ ଗରିବ ହିତାଧିକାରୀ, ମେଡିକାଲ ରୋଗୀ, ଅଙ୍ଗନବାଡ଼ି ଓ ବିଦ୍ୟାଳୟଗୁଡ଼ିକୁ ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନୁ୍ୟ ମହାନ୍ତିଙ୍କ ସହ ଜିଲ୍ଲାର ୨୨ ଜଣ ମିଲର ଉପସ୍ଥିତ ଥିଲେ । ଏହି ଚାଉଳରୁ ପ୍ରସ୍ତୁତ ଭାତ ଖାଇଲେ ପୁଷ୍ଟିହୀନତା, କୁପୋଷଣ, ଦୁର୍ବଳତା ରକ୍ତହୀନତା ଦୂର ହେବା ସହ ଜିଲ୍ଲାରୁ ଅପପୁଷ୍ଟି ଦୂର ହୋଇପାରିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି । ପରୀକ୍ଷାମୂଳକ ଭାବେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ମାଲକାନ ଗିରିରୁ ଜିଲ୍ଲାରୁ ପ୍ରଥମେ ଏହାକୁ ଆରମ୍ଭ କରାଯିବ । ପରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ତି୍ରପୁରା, ଡାମନଡିୟୁ, ମେଘାଳୟ, ପଞ୍ଜାବ, ପଣ୍ଡିଚେରୀ, ଚଣ୍ଡିଗଡ଼କୁ ଏଥିରେ ସାମିଲ କରାଯିବ । ଅପପୁଷ୍ଟିରେ ପୀଡ଼ିତ ଅଞ୍ଚଳ ଗୁଡ଼ିକୁ ଏଥିରେ ଫୋକସ କରାଯିବ । ସୂଚନା ଅନୁସାରେ ଜିଲ୍ଲାରେ ଅପପୁଷ୍ଟିର ଶିକାର ହୋଇ ପ୍ରତିବର୍ଷ ଶତାଧିକ ଶିଶୁ ଓ ଗର୍ଭବତୀଙ୍କ ମୃତୁ୍ୟ ଘଟୁଛି । 

    Maximum 500 characters

    ବିଶେଷ View all

    Find Us on Facebook