Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସର୍ପାଘାତରେ ଭାଇଭଉଣୀ ମୃତ

    Share on :
    Date: Aug 12, 2019    Views: 65

    ସୁନ୍ଦରଗଡ଼: ସାପ କାମୁଡ଼ାରେ ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକ ୨ ଜଣ ସମ୍ପର୍କରେ ଭାଇ ଭଉଣୀ ।  ୪ ବର୍ଷର ଭାଇ ଓ ୭ ବର୍ଷର ଭଉଣୀଙ୍କ ମୃତୁ୍ୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସଦର ଥାନା ସୁବୁଲି ଗ୍ରାମରେ ।  ସେମାନେ ଗତକାଲି ରାତିରେ ଖାଇ ପାଇ ଶୋଇଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ଉଭୟ ଭାଇ ଭଉଣୀଙ୍କୁ କାମୁଡ଼ି ଦେଇଥିଲା । ଏନେଇ ପରିବାର  ଲୋକ ଜାଣି ପାରି ସେମାନଙ୍କୁ  ଗୁରୁତର ଅବସ୍ଥାରେ ଆଇଜିଏଚକୁ ନେଇଥିଲେ । ତେବେ ମେଡିକାଲ ଯିବା ବାଟରେ ସେମାନଙ୍କ ମୃତୁ୍ୟ ହୋଇଛି ।

    Read more

    ସାପକାମୁଡାରେ ୩ ମୃତ

    ମାଲକାନଗିରି .- ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମରେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଛି । ବର୍ଷା ଦିନେ ବିଭିନ୍ନ ବିଷଧର ସାପ ବାହାରୁ ଥିବାରୁ ଲୋକେ ସର୍ପ ଦଂଶନର ଶିକାର ...

    Read more

    ସାପ କାମୁଡ଼ାରେ ମା, ପୁଅ ମୃତ

    ଉମରକୋଟ: ସାପ କାମୁଡ଼ାରେ ମା ଓ ଶିଶୁ ପୁତ୍ରର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ କୁର୍ସି ପଞ୍ଚାୟତ ଅନ୍ତର୍ଗତ ମାଳପାରା ଗ୍ରାମରେ ଏହି ଘଟଣା ଘଟିଛି ।  ରାତିରେ ଶୋଇଥିବାବେଳେ ଉଭୟଙ୍କୁ ସାପ କାମୁଡ଼ି  ଦେଇଥିଲା । ଏନେଇ ଜଣାପଡ଼ିବା ପରେ ...

    Read more

    ସାପ କାମୁଡ଼ାରେ ୨ ଭାଇ ମୃତ

    ପଟ୍ଟାମୁଣ୍ଡାଇ:  କେନ୍ଦ୍ରାପଡ଼ା ଜିଲ୍ଲା ମୁଳୁବସନ୍ତ ପଞ୍ଚାୟତର ବନ୍ଧସାହି ଗ୍ରାମରେ ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତୁ୍ୟ ଘଟିଛି । ସେମାନେ ହେଲେ ଉଦୟଭାନୁ ସାହୁ(୧୩) ଓ କୃତିବାସ ସାହୁ(୭) । ଗତକାଲି ରାତିରେ ଘରେ ଶୋଇଥିବାବେଳେ ଦୁଇ ଭାଇଙ୍କୁ ସାପ କାମୁଡ଼ି ଦେଇଥିଲେ ...

    Maximum 500 characters

    ଆଂଚଳିକ View all

    Find Us on Facebook