Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ମୁଁ ପ୍ରଭୁ ଶ୍ରୀରାମଙ୍କ ବଂଶଜ’

    Share on :
    ajab-Image
    Date: Aug 12, 2019    Views: 49


    ଜୟପୁର : ସୁପି୍ରମକୋର୍ଟରେ ଅଯୋଧ୍ୟା ମାମଲାରେ ଶୁଣାଣୀ ସମୟରେ ଭଗବାନ ରାମଙ୍କର କୌଣସି ବଂଶଧର ଅଯୋଧ୍ୟାରେ ଅଛନ୍ତି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।
    ଏବେ ଏହାର ଜବାବରେ ରାଜସ୍ଥାନ ଜୟପୁର ରାଜପରିବାର ସଦସ୍ୟ ତଥା ବିଜେପିର ସାଂସଦ ଦୟା କୁମାରୀ ନିଜକୁ ପ୍ରଭୁ ଶ୍ରୀରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି । ସେ ପୁରାଣ ପୋଥିରେ ଉପଲବ୍ଧ ତଥ୍ୟ ଏବଂ କିଛି ପ୍ରାଚୀନ ଦସ୍ତାବିଜ ଆଧାରରେ ଏହା ପ୍ରମାଣିତ କରିପାରିବେ ବୋଲି ମଧ୍ୟ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ତାଙ୍କ କହିବାନୁସାରେ, ଜୟପୁର ରାଜପରିବାର ହେଉଛି କଛୱାହା ବଂଶର । ଏହି ବଂଶକୁ ଭଗବାନ ରାମଙ୍କ ପୁତ୍ର କୁଶଙ୍କ ନାମ ଅନୁସାରେ କୁଶୱାହା ବଂଶ ବୋଲି ମଧ୍ୟ କୁହାଯାଏ । ସେ ଏକ ପ୍ରକାର ପ୍ରାଚୀନ ଦସ୍ତାବିଜ ଦେଖାଇଛନ୍ତି । ଯେଉଁଥିରେ କ୍ରମାନୁସାରେ ଭଗବାନ ରାମଙ୍କ ବଂଶଜମାନଙ୍କ ନାମ ଉଲ୍ଲେଖ କରାଯାଇଛି । ଏଥିରେ ୬୨ତମ ସ୍ଥାନରେ ମହାରାଜା ଦଶରଥ, ୬୩ ତମ ସ୍ଥାନରେ ଭଗବାନ ରାମ, ୬୪ତମ ସ୍ଥାନରେ କୁଶ, ୨୦୯ ତମ ସ୍ଥାନରେ ସୱାଲ ଜୟସିଂହ ଏବଂ ୩୦୬ ନମ୍ବର ସ୍ଥାନରେ ମହାରାଜା ଭବାନୀ ସିଂଙ୍କ ନାମ ଉଲ୍ଲେଖ କରାଯାଇଛି । ମହାରାଜ ଭବାନୀ ସିଂ ହେଉଛନ୍ତି ଦୟାକୁମାରୀଙ୍କ ପିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୟପୁର ଏକଦା ପ୍ରଭୁ ଶ୍ରୀରାମଙ୍କ ପୁଅ କୁଶଙ୍କର ସାମ୍ରାଜ୍ୟର ରାଜଧାନୀ ରହିଥିଲା । ୧୯୯୨ ମସିହାରେ ପୂର୍ବତନ ମହାରାଜା ଭାବନୀ ସିଂହ ଏହାର ପ୍ରମାଣ ସ୍ୱରୂପ ମାନଚିତ୍ର ଏବଂ ସମସ୍ତ ଦସ୍ତାବିଜ କୋର୍ଟରେ ଦାୟର କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook