Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାହାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେଲା ଜାଣନ୍ତୁ

    Share on :
    Date: Aug 12, 2019    Views: 133

    ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର  ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ଆଗକୁ ମଧ୍ୟ ଏହା ଜାରି ରହିବ ।  ଆଜି ଠାରୁ ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ  ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।  ଏନେଇ ଆଜି ଓ ଆସନ୍ତାକାଲି ପାଇଁ ଅର୍ଦ୍ଧାଧିକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 

    ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି,  କନ୍ଧମାଳ, ରାୟଗଡ଼ା, ନୟାଗଡ଼, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ।

    ଅନ୍ୟପକ୍ଷରେ ଆଜି ଠାରୁ ୩ ଦିନ ଯାଏଁ  ପ୍ରବଳ ବର୍ଷା ସହ ସମୁଦ୍ର ଅଶାନ୍ତ ରହିବାକୁ ଥିବାବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ  ସତର୍କ କରାଯାଇଛି । 

    Read more

    କାହାକୁ ଅରେଞ୍ଜ ଓ କାହାକୁ ୟେଲୋ ୱାର୍ଣ୍ଣି ଜାଣନ୍ତୁ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ।  ଲଘୁଚାପ ପ୍ରଭାବରେ ୨ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି ।  ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ଅରେଞ୍ଜ ଓ  ...

    Read more

    ୫ ଜିଲ୍ଲାରେ ପ୍ରବଳ ବର୍ଷିବ!

    ଭୁବନେଶ୍ୱର:  ପଶ୍ଚିମବଙ୍ଗ ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ...

    Read more

    ଆହୁରି ୨୪ଘଣ୍ଟା କାଚିବ

    ଭୁବନେଶ୍ୱର:  ଲଘୁଚାପ  ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ।  ତେବେ ଏହି ବର୍ଷା ଆହୁରି ୨୪ ଘଣ୍ଟା ଧରି କାଚିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ  ୨୪ ଘଣ୍ଟା ଧରି ...

    Maximum 500 characters

    ତାଜା ଖବର View all

    Find Us on Facebook