Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଶୋଇବାର ସଠିକ୍ ଶୈଳୀ

    Share on :
    Date: Aug 12, 2019    Views: 69


    ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦିନକୁ ୭ରୁ ୮ ଘଣ୍ଟା ଶୋଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ସେହିପରି ଉତ୍ତମ ନିଦ ପାଇଁ ମଧ୍ୟ ସଠିକ୍ ଶୈଳୀରେ ଶୋଇବା ନିହାତି ଆବଶ୍ୟକ । କାରଣ ଶୋଇବା ଶୈଳୀ ଆପଣଙ୍କ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଶୋଇଲେ ଆପଣଙ୍କ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ।  

    ଆଣ୍ଠୁ ତଳେ ତକିଆ: କିଛି ଲୋକ ଆଣ୍ଠୁ ତଳେ ତକିଆ ରଖି ଶୋଇଥିବା ନିଶ୍ଚୟ ଦେଖିଥିବେ । ଆଣ୍ଠୁ ତଳେ ତକିଆ ରଖି ଶୋଇବା ଦ୍ବାରା ଥକ୍କାପଣରୁ ଆରମ ମିଳେ ।

    ଦୁଇ ଆଣ୍ଠୁ ତଳେ: ଋତୁସ୍ରାବ ବେଳେ ପିଠିରେ ସମସ୍ୟା ଦେଖା ଦେବା ସହ ଗୋଡ ବିନ୍ଧା ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇ ଦୁଇ ଆଣ୍ଠୁ ତଳେ ତକିଆ ରଖି ଶୋଇ ପାରିବେ । ଏହା ଦ୍ବାରା ପିଠି ଓ ପାଦ ଉଭୟକୁ ଆରମ ମିଳିବ।

    ମୁଣ୍ଡ ତଳେ ଦୁଇଟି ତକିଆ: ବହୁତ ଲୋକ ମୁଣ୍ଡ ତଳେ ଦୁଇଟି ତକିଆ ରଖି ଶୋଉଥିବା ଦେଖିବାକୁ ମିଳେ । ସାଇନସ ରୋଗୀ ପାଇଁ ଏଭଳି ଶୈଳୀରେ ଶୋଇବା ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ଏହି ସମସ୍ୟା ରହିଛି ତେବେ ଦୁଇଟି ତକିଆ ମୁଣ୍ଡ ତଳେ ଦେଇ ଶୁଅନ୍ତି । ମୁଣ୍ଡ ଉଚ୍ଚାରେ ରହିଲେ ଆରମ ମିଳିବ ।

    ଓଲଟା ଶୋଇବା: ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଓଲଟା ବା ପେଟେଇ ଶୋଇବା ଉଚିତ୍ । ଏହା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook