Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜ୍ୟ ଖବର

ମୁଖ୍ୟ ଖବର

    କୁଆଖାଇରେ ବୁଡି ମହିଳା କାଉଡିଆ ମୃତ

    Share on :
    ajab-Image
    Date: Aug 12, 2019    Views: 207

    ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର । ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କର ଗହଳି ଲାଗି ରହିଛି । ସେମାନେ ନଦୀରୁ ଜଳ ଆଣି ମହାଦେବଙ୍କୁ ଅର୍ପଣ କରିଥାନ୍ତି । କିନ୍ତୁ ଭୁବନେଶ୍ୱର କୁଆଖାଇ ନଦୀରେ ବୁଡି ଜଣେ କାଉଡିଆ ପ୍ରାଣ ହରାଇଛନ୍ତି ।
     ଝାରପଡା ଅଂଚଳର ଜଣେ ମହିଳା କାଉଡିଆ ଆଜି ନଦୀରୁ ପାଣି ଉଠାଇବାକୁ ଯାଇଥିଲେ । ସେ କେଶୁରା ଅଂଚଳ ଦେଇ ପ୍ରବାହିତ ହେଉଥିବା କୁଆଖାଇ ନଦୀରୁ ପାଣି ଉଠାଇବା ବେଳେ ତାଙ୍କର ଗୋଡ ଖସି ପଡିଥିଲା । ଫଳରେ ସେ ବୁଡି ଯାଇ ପ୍ରାଣ ହରାଇଥିଲେ ।  ମୃତ ମହିଳା ହେଲେ ବିନ୍ଦିଶ୍ରୀ ସାହୁ । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀର ସହଯୋଗରେ ବିନ୍ଦିଶ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook