Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଁ ଇସ୍ତଫା ଦେଇସାରିଛି: ନିରଞ୍ଜନ

    Share on :
    Date: Aug 12, 2019    Views: 911

    ଭୁବନେଶ୍ୱର: ପିସିସି ସଭାପତି ପଦରୁ ମୁଁ ଇସ୍ତଫା ଦେଇସାରିଛି । କିନ୍ତୁ ମୋ ଇସ୍ତଫାକୁ ଗ୍ରହଣ କରାଯାଉନାହିଁ ।  ସୋମବାର ଏହା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।  ଇସ୍ତଫା ପ୍ରସଙ୍ଗ ଓ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ନିଜ ପ୍ରତିକି୍ରୟା ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । 

    ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ସେ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇସାରିଛି ।  ଇସ୍ତଫା ଦେବା ପରେ ୩ଥର ଦିଲ୍ଲୀ ଯାଇଛି । ଚାହୁଁଛି ମୋ ଇସ୍ତଫା ପତ୍ର ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି ।

    ସେହିପରି ଧାରା ୩୭୦ ଉଚ୍ଛେଦ ଉପରେ ମଧ୍ୟ ନିଜର ମତ ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଏହାର ପ୍ରାବଧାନ ଆଗରୁ ଥିଲା । ଏହା ସଠିକ୍‌ ଢଙ୍ଗରେ ହୋଇ ନାହିଁ । ଯେଉଁଭଳି ଭାବରେ ବିଜେପି ସୁଅ ମୁହଁକୁ ଠେଲିବା ଭଳି ଠେଲି ଦେଲା ତାହା ଠିକ୍‌ ନୁହେଁ । କେବଳ ଗାନ୍ଧୀ ଓ ନେହେରୁ ପରିବାରକୁ ବଦନାମ କରି ବିଜେପି ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । 

    ପ୍ରକାଶ ଯେ, ଚଳିତ ନିର୍ବାଚନରେ କଂଗ୍ରେସ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।   ପ୍ରଥମ ଥର ପାଇଁ ଦଳ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲା ।   । ତେବେ ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରିଥିଲେ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ତେଣୁ ସେ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଗତ ମଇ ୨୪ ତାରିଖ ଦିନ ଇସ୍ତଫା ଦେଇଥିଲେ  ।

    ନିରଞ୍ଜନ କହିଥିଲେ ଯେ, ଚଳିତ ଥର କଂଗ୍ରେସ ୮୦ରୁ ଉଦ୍ଧ୍ୱର୍ ନୂଆ ପ୍ରାର୍ଥୀ ଦେଇଥିଲା  । ଯୁବକମାନଙ୍କୁ ଗୁରୁତ୍ୱ ଦିଆଯାଇଛି  । ସେ ଦଳକୁ ଆଗକୁ ନେବା ପାଇଁ ଯୁବପୀଢ଼ିଙ୍କୁ ଟିକେଟ ଦେଇ ମଞ୍ଜି ପୋତିଛନ୍ତି  । ଆଗାମୀ ଦିନରେ ସେମାନେ ହିଁ କଂଗ୍ରେସକୁ ଆଗକୁ ନେଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ  । ସେ କଂଗ୍ରେସରେ ଅଛନ୍ତି ଓ ରହିବେ  । ଯିଏ ବି ଦଳର ଦାୟିତ୍ୱ ନେବ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ନିରଞ୍ଜନ କହିଥିଲେ  ।

    ସୂଚନାଯୋଗ୍ୟଯେ, ଘସିପୁରା ଓ ଭଣ୍ଡାରୀପୋଖରୀରୁ ନିରଞ୍ଜନ ଲଢ଼ିଥିଲେ ବି ସେ ପରାସ୍ତ ହୋଇଥିଲେ  । 

    Read more

    ଯାହାର ନେତା ଅଭାବ, ସେମାନେ ବାହାରୁ ନେତା ନିଅନ୍ତି: ନିରଞ୍ଜନ

    ଭୁବନେଶ୍ୱର: ଯାହାର ନେତା ଅଭାବ, ସେମାନେ ବାହାରୁ ନେତା ନିଅନ୍ତି  । ଆସନ୍ତା ୨୪ ତାରିଖ ଦିନ କଂଗ୍ରେସ ନେତା ନବ ଦାସ ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ନିଜ ମତ ରଖି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । 

    ଶ୍ରୀ ପଟ୍ଟନାୟକ ...

    Read more

    ‘କାଳିଆ’ ଜୀବନ ରକ୍ଷାକାରୀ ଔଷଧ: ନିରଞ୍ଜନ

    ଭୁବନେଶ୍ୱର:  କାଳିଆ ଯୋଜନା ହେଉଛି ଜୀବନ ରକ୍ଷାକାରୀ ଔଷଧ । କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀ କାଳିଆକୁ ଜୀବନ ରକ୍ଷାକାରୀ ଔଷଧ କରିଛନ୍ତି ବୋଲି ...

    Read more

    ଅଚ୍ଛେ ନୁହେଁ, ବୁରେ ଦିନ ଆସିଗଲା: ନିରଞ୍ଜନ

    ମୋଦି ତାଙ୍କ ପାଗଳାମୀ ପାଇଁ କ୍ଷମା ମାଗନ୍ତୁ: ଶ୍ରୀକାନ୍ତ ଜେନା


    ଭୁବନେଶ୍ୱର: ଅଚ୍ଛେ ଦିନ ନୁହେଁ, ଏବେ ଭାରତକୁ ବୁରେ ଦିନ ଆସିଗଲା । ମୋଦି ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି । ବିମୁଦ୍ରାକରଣ ବିରୋଧରେ ...

    Maximum 500 characters

    ରାଜନୀତି View all

    Find Us on Facebook