Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜନୀତି

ମୁଖ୍ୟ ଖବର

    ବିଜେପି ‘ଚିନ୍ତନ ବୈଠକ’ରେ ହଙ୍ଗାମା

    Share on :
    ajab-Image
    Date: Aug 12, 2019    Views: 1745

    କୋଲକାତା :  ଗୋଟିଏ ପଟେ ତୃଣମୂଳ କଂଗ୍ରେସ ପୁଣି ଥରେ ପଶ୍ଚିମବଙ୍ଗ ଦଖଲ କରିବାକୁ ଯୋଜନା କରିଥିବାବେଳେ ପ୍ରଥମ ଥର ପାଇଁ ସେଠାରେ ସରକାର ଗଢ଼ିବାକୁ ଅଂଟା ଭିଡ଼ିଛି ବିଜେପି  । ଫଳରେ ଟିଏମସି ଓ ବିଜେପି ମଧ୍ୟରେ ଟକ୍କରାଟକ୍କରି ସ୍ଥିତି ଉପୁଜିଥିବାବେଳେ ନିକଟରେ ବିଜେପିର ଏକ ଚିନ୍ତନ ବୈଠକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି  ।

    ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ରବିବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ବିଜେପିର ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା । ବାରବାନୀର ବିଧାୟକ ବିଧାନ ଉପାଧ୍ୟାୟଙ୍କ ସମ୍ପର୍କୀୟ ଭାଇ ମଳୟ ଉପାଧ୍ୟାୟ  ବିଜେପି ଉପସଭାପତି ବିଶ୍ୱରୂପ ରାୟ ଚୌଧୁରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ  । କିନ୍ତୁ ଏହାକୁ ଅନେକ ବିଜେପି କର୍ମୀ ସହଜରେ ଗ୍ରହଣ କରିପାରିନଥିଲେ  । ମଳୟ ଗତ ନିର୍ବାଚନରେ ସ୍ଥାନୀୟ ସାଂସଦ ବାବୁଲ ସୁପ୍ରିୟୋଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଥିଲେ  । ଏଭଳି ଲୋକଙ୍କୁ ଦଳରେ କାହିଁକି ସାମିଲ କରାଗଲା ବୋଲି ସେମାନେ କ୍ଷୋଭ ପ୍ରକାଶ କରିବା ସହ ଚିନ୍ତନ ବୈଠକରେ ହଙ୍ଗାମା କରିଥିଲେ  । ଉତକ୍ଷିପ୍ତ କର୍ମୀମାନେ ବ୍ୟାରିକେଡ଼ ଭାଙ୍ଗିଦେବା ସହ ଚେୟାର ଫୋପଡ଼ାଫିଙ୍ଗା କରିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook