Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଗାଈ ପାଳିବେ, କ୍ଷୀର ଦୁହିଁବେନି

    Share on :
    Date: Aug 12, 2019    Views: 27

    ଭୁବନେଶ୍ୱର : ଅତି ଯତ୍ନରେ ଗାଈ ପାଳୁଛନ୍ତି । କିନ୍ତୁ ଟୋପାଏ କ୍ଷୀର ବି ଦୁହିଁବାକୁ ସଙ୍କୋଚ କରନ୍ତି । ପିଢ଼ି ପରେ ପିଢ଼ି ଏହି ପରମ୍ପରା ଚାଲିଆସିଛି । କାହିଁକି କ୍ଷୀର ଦୁହିଁବାକୁ ସଂକୋଚ କରନ୍ତି ତାହାର କୌଣସି ତଥ୍ୟ ସେମାନଙ୍କ ନିକଟରେ ନାହିଁ । ବାପା, ଅଜା କରୁଥିଲେ ତେଣୁ ସେମାନେ ବି କରୁଛନ୍ତି । ମାଲକାନ ଗିରି ବିଚ୍ଛିନ୍ନାଞ୍ଚଳରେ ଏମିତି ଅଜବ ବିଶ୍ୱାସ ଏବେ ବି ରହିଛି । ଘରେ ଗାଈ ଥିଲେ ମଧ୍ୟ କ୍ଷୀରକୁ ଏମାନେ ଆଦୌ ବ୍ୟବହାର ନ କରି ବାଛୁରୀକୁ ପିଇବା ପାଇଁ ଛାଡ଼ି ଦିଅନ୍ତି । ତାହା ବୋଲି ଗାଈର ଯତ୍ନ ନେବାରେ ଆଜିଯାଏ କୌଣସି ପ୍ରକାର ଅବହେଳା କରନ୍ତି ନାହିଁ । 

    ଦୀର୍ଘଦିନ ହେଲା ବିଚ୍ଛିନ୍ନ ହୋଇ ରହିଛି ଚିତ୍ରକୋଣ୍ଡା ବ୍ଲକର ୭ଟି ପଞ୍ଚାୟତ । ଗୁରୁପି୍ରୟା ସେତୁ ହେବା ପୂର୍ବରୁ ଏମାନେ ଦୁର୍ବିସହ ଜୀବନ ବଞ୍ଚୁଥିଲେ । ଜୀବନ ତଥା ଜୀବିକା ପାଇଁ ଅହରହ ସଂଗ୍ରାମ କରିବାକୁ ପଡୁଥିଲା । ତେବେ ସେତୁ ନିର୍ମାଣ ପରେ ଏହି ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ପୂର୍ବରୁ ମୁଖ୍ୟସ୍ରୋତରୁ ଛିନ୍ନ ହୋଇ ରହିଥିବା ଏହି ଅଞ୍ଚଳକୁ ଧୀରେ ଧୀରେ ବିକାଶ ପହଞ୍ଚୁଛି । ବର୍ତ୍ତମାନ ଅଞ୍ଚଳବାସୀ କେମିତି ଜୀବନ ବଞ୍ଚୁଛନ୍ତି ତାହା ଅନୁଧ୍ୟାନ କରିବା ବେଳକୁ ସାମ୍ନାକୁ ଆସିଲା ଗୋଟିଏ ଚକିତ କଲା ଭଳି ପରମ୍ପରା । ଯେମିତି ଏଠିକାର ଅଧିକାଂଶ ଘରେ ଦେଖିବାକୁ ମିଳେ ଗୁହାଳ । ଗାଈ ସହ ବଳଦ ଏହି ଗୁହାଳରେ ବନ୍ଧା ହୁଅନ୍ତି । ଗୋଟିଏରୁ ଆରମ୍ଭ କରି ୧୦ ରୁ ୧୨ ଟି ପର୍ଯ୍ୟନ୍ତ ଗାଈ ଘରେ ରଖିଛନ୍ତି । ସ୍ୱାଭିମାନ ଅଞ୍ଚଳବାସୀ । ଗାଈ ଗୋବରକୁ ସେମାନେ ବ୍ୟବହାର କରୁଥିଲେ ହେଁ କ୍ଷୀର ଦୁହୁଁ ନଥିବା ଦେଖିବାକୁ ମିଳିଥିଲା । ପଚାରୁ ପଚାରୁ ଏଠିକାର ସମସ୍ତ ବାସିନ୍ଦା ଗାଈରୁ ଦୁହୁଁ ନଥିବା କହିଥିଲେ । କାରଣ ସମ୍ପର୍କରେ ପଚାରିବାରୁ କେହି ଠିକ୍ ରୂପେ ଏହା ପଛର ଉଦେ୍ଧଶ୍ୟ କିମ୍ବା ରହସ୍ୟ  କହିପାରିନଥିଲେ । କେବଳ ଏମିତି କହିଥିଲେ ଯେ, ପୂର୍ବ ପୁରୁଷ ପ୍ରଣୟନ କରିଥିବା ପରମ୍ପରାକୁ ପିଢ଼ି ପରେ ପିଢ଼ି ନିଭେଇ ଆସୁଛୁ । ଏହା ପଛରେ କିଛି ଯୁକ୍ତି ରହିଥିବା ନେଇ ସେମାନେ ମନେ କରନ୍ତି । ସେହିପରି ନିଜ ପରମ୍ପରକାୁ ବଞ୍ଚାଇବା ସହ ପୂର୍ବ ପୁରୁଷଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ତାଙ୍କର ମୁଖ୍ୟ ଉଦେ୍ଧଶ୍ୟ । ତେବେ କିଛି ବୟସ୍କ ବ୍ୟକ୍ତିଙ୍କ କହିବା ବେଳେ, ଦେବଦେବୀଙ୍କୁ ସନ୍ତୁଷ୍ଟ ରଖିବାକୁ ପୂର୍ବପୁରୁଷ ଏହି ପରମ୍ପରାକୁ ପାଳନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ଏବଂ ଆଗକୁ ବି ରହିବ ।

    ଅନ୍ୟ ପଟେ ଆଧୁନିକ ଯୁଗରେ ଶହ ଶହ ବର୍ଷ ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଲୋକଙ୍କ ମଧ୍ୟରେ ଏମିତି ନିଷ୍ଠା ନିଶ୍ଚିତ ରୂପେ ଆଜିକାଲିର ସଭ୍ୟ ସମାଜକୁ ଚକିତ କରିବ । କାରଣ ରାତି ପାହିଲେ ଗାଈଙ୍କୁ ଚରିବାକୁ ଛାଡ଼ି ଦିଆଯାଏ । ସଂଧ୍ୟାରେ ଗାଈ ଫେରିଲେ ଗୁହାଳରେ ବନ୍ଧା ହୁଅନ୍ତି । କ୍ଷୀର ପିଇବା ପାଇଁ ବାଛୁରୀଙ୍କୁ ଛାଡ଼ିଦିଆଯାଏ ।

     ବେଳେ ବେଳେ ଗାଈ କ୍ଷୀର ଆପେ ଆପେ ଝରିଲେ ସୁଦ୍ଧା ସେମାନେ ସଂଗ୍ରହ କରନ୍ତି ନାହିଁ । ତେଣୁ ଦୁଗ୍ଧ ଜାତୀୟ ଖାଦ୍ୟ ଉପରେ ଏଠାକାର ଲୋକଙ୍କର ଆଦୌ ଆସକ୍ତି ନାହିଁ  । ଏଥିପାଇଁ ବିଚ୍ଛିନ୍ନାଞ୍ଚଳର ଅଧିକାଂଶ ଗାଈ ଦେଖିବାକୁ ହୃଷ୍ଟପୁଷ୍ଟ । ବାଛୁରୀ ବି ଦେଖିବାକୁ ଅତି ସୁନ୍ଦର ।

    Read more

    ଗୋ ସଂପଦ ବିକ୍ରି କଟକଣା ଉପରେ ମାନ୍ଦ୍ରାଜ ହାଇକୋର୍ଟଙ୍କ ରହିତାଦେଶ

    ଚେନ୍ନାଇ:  ଗୋ ସଂପଦ ବିକ୍ରି ଉପରେ କେନ୍ଦ୍ର ସରକାର ଲଗାଇଥିବା କଟକଣା ନେଇ ଦେଶବ୍ୟାପୀ ବିତର୍କ ଚାଲିଥିବାବେଳେ କେନ୍ଦ୍ରର ଏ ସଂକ୍ରାନ୍ତି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ମାନ୍ଦ୍ରାଜ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ । ଏହା ସହିତ ଏ ସଂକ୍ରାନ୍ତ ଏକ ...

    Read more

    ଏବେ ଗାଈଙ୍କର ହେବ ୟୁଆଇଡି ନମ୍ବର

    ନୂଆଦିଲ୍ଲୀ: ପଶୁଙ୍କ ସୁରକ୍ଷା ଦେଖା ଶୁଣା ନେଇ କେନ୍ଦ୍ର ସରକାର ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ସରକାର ଗାଈଙ୍କ ପାଇଁ ମଧ୍ୟ ଆଧାର କାର୍ଡ ପରି ଯୋଜନା ଲାଗୁ କରିବାକୁ ଚାହୁଁଛନ୍ତି । ସରକାର ଏହି ସୂଚନା ସୋମବାର ସୁପ୍ରିମକୋର୍ଟରେ ...

    Read more

    ଗୋରୁ ଚମଡ଼ା ବୋଝେଇ ଭ୍ୟାନ ଜବତ, ୨ ଅଟକ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନଥାନା ପୁଲିସ ବୁଧବାର ଗୋରୁ ଚମଡ଼ା ବୋଝେଇ ଭ୍ୟାନ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି। ବୁଧବାର ସକାଳେ ଭ୍ୟାନରେ ଗୋରୁ ଚମଡ଼ା ଚାଲାଣ ହେଉଥିଲା। ଏ ସମ୍ପର୍କରେ ବଜରଙ୍ଗ ଦଳର କର୍ମୀମାନେ ...

    Maximum 500 characters

    ଅଜବ View all

    Find Us on Facebook