Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ତାଜା ଖବର

ମୁଖ୍ୟ ଖବର

    ସୁଆର ମହାସୁଆର ନିଯୋଗ ନିର୍ବାଚନ : ୧୫ ଜଣିଆ କମିଟି ନିର୍ବାଚିତ

    Share on :
    ajab-Image
    Date: Aug 12, 2019    Views: 45

    ପୁରୀ : ଶ୍ରୀମନ୍ଦିରର ସବୁଠାରୁ ବଡ଼ ନିଯୋଗ ସୁଆର ମହାସୁଆର ନିଯୋଗ ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯାଇଛି । ୧୫ ଜଣିଆ କମିଟି ପାଇଁ ହୋଇଥିବା ଏହି ନିର୍ବାଚନରେ ୮୬୪ ଜଣ ମତଦାନ ସାବ୍ୟସ୍ତ କରିବା ସହ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ନିଜ ପସନ୍ଦର ୧୫ ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ କରିଛନ୍ତି । ହାତୀ ଚିହ୍ନରେ ଲଢ଼ୁଥିବା ଦାମୋଦର ମହାସୁଆରଙ୍କୁ ସର୍ବାଧିକ ୫୪୦ ଭୋଟ ମିଳିଛି । ସେହିପରି ରାଜହଂସ ଚିହ୍ନରେ ଲଢ଼ୁଥିବା କୃଷ୍ଣଚନ୍ଦ୍ର ପ୍ରତିହାରୀ ଦ୍ୱିତୀୟ ସର୍ବାଧିକ ଭାବେ ୪୯୭ ଭୋଟ ପାଇଛନ୍ତି । ହରିଣ ଚିହ୍ନରେ ଲଢ଼ୁଥିବା କୃଷ୍ଣଚନ୍ଦ୍ର ସାମନ୍ତରା ତୃତୀୟ ସର୍ବାଧିକ ଭାବେ ୪୪୬ ଭୋଟ ପାଇଛନ୍ତି । ୧୫ ଜଣିଆ କମିଟି ପାଇଁ ନିର୍ବାଚିତ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ନାରାୟଣ ମହାସୁଆରଙ୍କୁ ୪୨୯ ଭୋଟ, ସୋମନାଥ ମହାପାତ୍ରଙ୍କୁ ୪୧୧, ଆର୍ତତ୍ରାଣ ପଣ୍ଡାଙ୍କୁ ୪୦୬, ପଦ୍ମନାଭ ମହାସୁଆରଙ୍କୁ ୩୯୪, ଭୁବନ ମୋହନ ମହାସୁଆରଙ୍କୁ ୩୯୦, କି୍ରଷ୍ଣା ପଣ୍ଡାଙ୍କୁ ୩୮୭, କାଳୀକୃଷ୍ଣ ମହାସୁଆରଙ୍କୁ ୩୮୫, ଲକ୍ଷ୍ମୀନାରାୟଣ ଦୀକ୍ଷିତଙ୍କୁ ୩୩୧,  ଦୀନବନ୍ଧୁ ପାଢ଼ୀଙ୍କୁ ୩୨୫ ଓ ବାଉରିଆ ମହାସୁଆରଙ୍କୁ ୩୨୩ ଭୋଟ ମିଳିଛି । ଅଗଷ୍ଟ ୨୪ରେ ସଭାପତି, ସମ୍ପାଦକ ଆଦି ୧୫ ପଦବି ପାଇଁ ନିର୍ବାଚନ ପରେ ନୂଆ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କରିବେ ।

    Maximum 500 characters

    ତାଜା ଖବର View all

    Find Us on Facebook