Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସୁଛି ଆଉ ଏକ ଲଘୁଚାପ

    Share on :
    ajab-Image
    Date: Aug 11, 2019    Views: 183

    ଭୁବନେଶ୍ବର : ମୌସୁମି ଦୁର୍ବଳ ଥିବାରୁ ଏବେ ବର୍ଷା ବଦଳରେ ମୁଣ୍ଡଫଟା ଖରା ଦୁଇଦିନ ହେଲା ବେଶ୍ କଷ୍ଟ ଦେଉଛି। ମଝିରେ କେତେବେଳେ କେମିତି ଅସରାଏ ବର୍ଷି ଯାଉଛି, ନହେଲେ ତାତିରେ କାନମୁଣ୍ଡା ଝାଇଁଝାଇଁ ହେବା ଭଳି ଲାଗୁଛି। ଦିନବେଳା ତାପମାତ୍ରା ୩୫ଂ ଭିତରେ ସୀମିତ ରହଥିଲେ ବି ତାତି ଯନ୍ତ୍ରଣାଦାୟକ ହେଉଛି। ଅସରାଏ ବର୍ଷାକୁ ସମସ୍ତେ ଚାହିଁ ବସିଛନ୍ତି। ତେବେ ଏଥିପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ହେବ। କାରଣ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ୧୪ ତାରିଖ ପର୍ୟ୍ୟନ୍ତ ବର୍ଷା ହେବ।
    ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଆସନ୍ତାକାଲି ୯ଟି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦୁଇଦିନ ପରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଦିନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଏହାର ପୂର୍ବ ଦିନରୁ ବର୍ଷା ହେବ। ଓଡ଼ିଶା ସମେତ ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ରେ ୧୪ ତାରିଖ ପର୍ୟ୍ୟନ୍ତ ବର୍ଷା ଜାରି ରହିବ। ଲଘୁଚାପ ସକ୍ରିୟ ରହିଲେ ମୌସୁମି ବର୍ଷା ହେବ ଏବଂ ଚାଷ ପାଇଁ ଜଳାଭାବ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ରବିବାର ଦିନ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପୂର୍ବାନୁମାନ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook