Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୋନିଆ ପ୍ରଧାନମନ୍ତ୍ରୀ ତିଆରି କରନ୍ତି: ଜୟଦେବ ଜେନା

    Share on :
    ajab-Image
    Date: Aug 11, 2019    Views: 403

    ଭୁବନେଶ୍ୱର: ସୋନିଆ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ନହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି । ଏହା କହିଛନ୍ତି  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।  ସୋନିଆ ଗାନ୍ଧୀ ଏଆଇସିସିର ଅନ୍ତରୀଣ ଅଧ୍ୟକ୍ଷା ହେବାକୁ ରାଜି ହେବା ପ୍ରସଙ୍ଗରେ ଶ୍ରୀ ଜେନା ଏହା କହିଛନ୍ତି । 

    ଶ୍ରୀ ଜେନା କହିଛନ୍ତି ଯେ, ସୋନିଆ ଗାନ୍ଧୀ ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷା ହେବାକୁ ରାଜି ହେବା ଏକ ଐତିହାସିକ ବିଜୟ । ସୋନିଆ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ନହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି । ସୋନିଆ ଗାନ୍ଧୀ ଦାୟିତ୍ୱ ନେଲେ କଂଗ୍ରେସ ପୂର୍ବାବସ୍ଥାକୁ ଫେରିବ ବୋଲି ସମସ୍ତଙ୍କର ଆଶା ଥିଲା  । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଦଳକୁ ନୂଆ ଦିଗଦର୍ଶନ ଦେବ । 

    ଏବେ ବିରୋଧୀଙ୍କ ଭାବନା ଆଉ କଂଗ୍ରେସମୁକ୍ତ ଭାରତ ସମ୍ଭବ ନୁହେଁ ।  ସୋନିଆ ଗାନ୍ଧୀ ଏବେ ସାରା ଦେଶ କଥା ଚିନ୍ତା କରିବେ ।  ଓଡ଼ିଶାରେ ଯାହାକୁ ସେ ଦାୟିତ୍ୱ ଦେବେ ଆମେ ମିଳିମିଶି କାମ କରିବୁ ।  ବିରୋଧୀ ଭାବୁଥିଲେ ଗାନ୍ଧୀ ପରିବାର ଗଲେ ଦଳ ବିଭାଜନ ହେବ ।  ତେବେ ସୋନିଆ ଗାନ୍ଧୀ ଦାୟିତ୍ୱ ନେବା ପରେ ଏବେ ବିରୋଧୀ ଭୟଭୀତ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ।

    ପ୍ରକାଶ ଯେ,  ରାହୁଲ ଗାନ୍ଧୀଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ମନୋନୟନ ପାଇଁ ଶନିବାର ବସିଥିବା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ୟ୍ୟକାରିଣୀ କମିଟି (ସିଡବ୍ଲୁସି)ର ବୈଠକରୁ କୌଣସି ନିଷ୍କର୍ଷ ବାହାରି ନ ପାରିବାରୁ ପୂର୍ବତନ ସଭାପତି ତଥା ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସଭାପତି ମନୋନୟନ ପ୍ରକ୍ରିୟାରୁ ଦୂରେଇ ରହିବା ପାଇଁ ସେ ଓ ରାହୁଲ ଘୋଷଣା କରିବା ପରେ ଦିନତମାମ କମିଟି ବୈଠକରେ ଅଚଳାବସ୍ଥା ଲାଗି ରହିଥିଲା। ଶେଷରେ ବିଳମ୍ବିତ ରାତିରେ ସୋନିଆଙ୍କୁ ଏହି ପଦଭାର ଅର୍ପଣ କରାଯାଇଥିଲା। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook