Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେବେ ମନମୋହନ

    Share on :
    Date: Aug 11, 2019    Views: 67

    ନୂଆଦିଲ୍ଲୀ : ରାଜସ୍ଥାନରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ। ଅଗଷ୍ଟ ୧୩ରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମହନଲାଲ ସୈନୀଙ୍କ ପରଲୋକ ଯୋଗୁଁ ଏହି ଆସନ ପାଇଁ ଉପନିର୍ବାଚନ କରାଯାଉଛି। ଅଗଷ୍ଟ ୨୬ରେ ଏନେଇ ମତଦାନ ହୋଇ ଫଳାଫଳ ପ୍ରକାଶ ପାଇବ। କିଛିଦିନ ପୂର୍ବେ ରାଜସ୍ଥାନ ବିଧାନସଭାରେ ବିଧାୟକମାନଙ୍କର ଏକ କାର୍ୟ୍ୟକ୍ରମରେ ଯୋଗଦେବା ପରଠାରୁ ମନମୋହନ ରାଜ୍ୟରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ରାଜସ୍ଥାନରେ କଂଗ୍ରେସର ସଂଖ୍ୟାଗରିଷ୍ଠତା ଥିବାରୁ ମନମୋହନ ପୁନଃ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ। ପୂର୍ବରୁ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୧ରୁ ୨୦୧୯ ପର୍ୟ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ୨୦୧୯ ଜୁନ ୪ରେ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଛି। ଏହାପରେ କଂଗ୍ରେସ ଆସାମରେ କ୍ଷମତାରେ ନ ଥିବାରୁ ସେ ପୁନଃ ରାଜ୍ୟସଭାକୁ ଆସିବା ସମ୍ଭବ ହୋଇନ ଥିଲା। ଗୃହର ଅନ୍ୟ କୌଣସି ଆସନ ଖାଲି ନ ଥିବାରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିପାରି ନ ଥିଲା।

    Read more

    ନିର୍ବାଚନ ଲଢିବାକୁ ମନମୋହନ ଅରାଜି

    ନୂଆଦିଲ୍ଲୀ:  ଏଥର ଲୋକସଭା ନିର୍ବାଚନ ଲଢିବାକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଅନିଚ୍ଛୁକ ଥିବା ଜଣାଯାଇଛି । ସ୍ୱାସ୍ଥ୍ୟଗତ କାରଣ ଓ ଅଧିକ ବୟସାଧିକ ଯୋଗୁଁ ସେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଦଳର ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି । କିନ୍ତୁ ...

    Read more

    ମୋଦିଙ୍କ ଶାସନ ଭାରତ ପାଇଁ ଠିକ ନୁହେଁ: ମନମୋହନ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ସୋମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ । ମୋଦିଙ୍କ ଶାସନ ନୀତି ଭାରତ ପାଇଁ ପ୍ରଯୁଜ୍ୟ ବା ଠିକ ନୁହେଁ ବୋଲି ସେ କହିଛନ୍ତି ।

    ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ପୁସ୍ତକ ...

    Read more

    ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ମନମୋହନଙ୍କ ନାପସନ୍ଦ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ମନମୋହନ ସମାଲୋଚନା କରି କହିଛନ୍ତି ଯେ ବିମୁଦ୍ରାୟନ ଦେଶ ପାଇଁ ଆଦୌ ଆବଶ୍ୟକ ନ ଥିଲା । ବିମୁଦ୍ରାୟନ ଫଳରେ ଜନଜୀବନ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook