Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦିଅ: ଏସଆରସି

    Share on :
    Date: Aug 11, 2019    Views: 61

    ଭୁବନେଶ୍ୱର: ରାଜ୍ୟରେ କିଛିଦିନ ତଳେ ଘଟିଥିବା ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସଆରସି ବିଷ୍ଣୁପଦ ସେଠୀ  ପ୍ରଭାବିତ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।  ରାଜ୍ୟରେ କିଛି ଦିନ ହେବା ମୈାସୁମୀ ସକ୍ରୟ ଓ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇ କିଛି ସ୍ଥାନରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିଲା । ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳିଥିଲା । ଅନେକ ଲୋକ ପାଣିଘେରରେ ରହିଥିବା ବେଳେ କେତେ ସ୍ଥାନରେ ଯୋଗଯୋଗ ବିିଚ୍ଛିନ୍ନ ହୋଇପଡ଼ିଥିଲା । ତେଣୁ ସେହି ସବୁ ପ୍ରଭାବିତ ଅଂଚଳର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସଆରସି ବିଷ୍ଣୁପଦ ସେଠୀ  ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।  ବଲାଙ୍ଗୀର, ଗଜପତି , କଳାହାଣ୍ଡି, କନ୍ଧମାଳ ,କୋରାପୁଟ , ମାଲକାନଗିରି ,ନବରଙ୍ଗପୁର ,ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ବନ୍ୟାସ୍ଥିତ ଉପୁଜିଥିବା ବେଳେ ଅନେକ ଲୋକଙ୍କ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିଲା । ତେଣୁ ସେଠାକାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଅଗଷ୍ଟ ୧୭ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

    Read more

    ବର୍ଷା ଅଘଟଣରେ ୮ ମୃତ: ଏସଆରସି

    ଭୁବନେଶ୍ୱର:  ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ଅଘଟଣରେ ମୋଟ ୮ ଜଣଙ୍କ ମୃତୁ୍ୟ ହୋଇଛି ।  ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି । 

    ତାଙ୍କ ସୂଚନା ଅନୁଯାୟୀ  ...

    Read more

    ବର୍ଷା ନେଇ ଏହା କହିଲେ ଏସଆରସି

    ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ତେବେ ଏନେଇ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ଯେ,  ଡିପ୍ରେସନ ଯୋଗୁଁ ୨୪ଟି ଜିଲ୍ଲାରେ ଭଲ ବର୍ଷା ହୋଇଛି ।  ୬ଟି ଜିଲ୍ଲାରେ ୧୦୦ ମିମିରୁ ଊଦ୍ଧ୍ୱର୍ ଓ ...

    Read more

    ୨୨ ଯାଏଁ ତାତିରୁ ତ୍ରାହି ନାହିଁ: ଏସଆରସି

    ଭୁବନେଶ୍ୱର: ତାତି ଅସହ୍ୟ । ଆକାଶରୁ ସତେ ଯେମିତି ନିଆଁ ପିଣ୍ଡୁଳା ଖସୁଛି । ଘରୁ ପଦାକୁ ବାହାରିବାକୁ ବି ଡର ଲାଗୁଛି । ତେବେ  ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ । ୨୨ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅଧିକ ରହିବ । 

    ରାଜ୍ୟରେ ବଢୁଥିବା ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook