Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ଘାବରେଇ ଯାଇଛି: ସୁର

    Share on :
    Date: Aug 11, 2019    Views: 937

    ଭୁବନେଶ୍ୱର: ବିଜେପି ଏବେ ଭୟଭୀତ । ସୋନିଆ ଗାନ୍ଧୀ ଏଆଇସିସି ସଭାପତି ହେବା ପରେ ଭାରତୀୟ ଜନତା ପାର୍ଟି ଘାବରେଇ ଯାଇଛି । ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।  ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ସମାଲୋଚନା କରିବା ପ୍ରସଙ୍ଗରେ ଶ୍ରୀ ରାଉତରାୟ ଏହା କହିଛନ୍ତି । 

     ଶିବରାଜଙ୍କ ମନ୍ତବ୍ୟ ଉପରେ  ଶ୍ରୀ ରାଉତରାୟ କଡ଼ା ଜବାବ ଦେଇ କହିଛନ୍ତି ଯେ,  ଦେଶ ପାଇଁ ଗାନ୍ଧି ପରିବାରର ଯାହା ଅବଦାନ ଅଛି ଆଉ କାହାର ନାହିଁ ।  ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଦେଶ ପାଇଁ ପ୍ରଣବାଳି ଦେଇଛନ୍ତି ।  ସୋନିଆ ସଭାପତି ହେବା ପରେ ବିଜେପି ଡରି ଯାଇଛି ।  ବିଜେପିର ଖାଲି ବଡ଼ କଥା । ଦେଶର ଯାହା ବିକାଶ ହୋଇଛି ତାହା କଂଗ୍ରେସ କରିଛି ।  କେବଳ ନେହରୁ ଓ ପଟେଲଙ୍କ ପାଇଁ କାଶ୍ମୀର ଅଛି  ।  ବିଜେପି କେଉଁଠି ଥିଲା? ବିଜେପି ଏହି ୮/୧୦ ବର୍ଷ ହେଲା ଆସିଛି ବୋଲି ସୁର ରାଉତରାୟ କହିଛନ୍ତି ।

    ପ୍ରକାଶ ଯେ,  କଂଗ୍ରେସ ଉପରେ ବର୍ଷି ଶ୍ରୀ ଚୌହାନ କହିଥିଲେ ଯେ, କଂଗ୍ରେସ ପରିବାରବାଦ ରାଜନୀତି ଉପରେ ବିଶ୍ୱାସ କରୁଛି ।  ବିଜେପି ପରିବାରବାଦ ରାଜନୀତି ଉପରେ ବିଶ୍ୱାସ କରେନାହିଁ । ବିଜେପି ଲୋକଙ୍କ ବିକାଶ ଚାହେଁ ।  ତିନି ତଲାକ ପରି ଐତିହାସିକ ବିଲ ପାସ କରି ବିଜେପି ଆସ୍ଥାଭାଜନ ହୋଇଛି ।  କଂଗ୍ରେସ ମୁଖିଆ ଚୟନ ନେଇ ଟଣା ଓଟରା ଚାଲିବା ହାସ୍ୟାସ୍ପଦ ।  

    ସେହିପରି ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସେ ପଣ୍ଡିତ ଜବାହରଲାଲ ନେହରୁଙ୍କ ମଧ୍ୟ ସମାଲୋଚନା କରିଥିଲେ ।   ପଣ୍ଡିତ ଜବାହରଲାଲ ନେହରୁ ହେଉଛନ୍ତି କାଶ୍ମୀର ସମସ୍ୟାର ଜନକ ।  ନେହରୁଙ୍କ କାଶ୍ମୀର ଭୁଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଧାରିଛନ୍ତି ବୋଲି ଶିବରାଜ କହିଥିଲେ । 

    Read more

    ଆମେ ନବଗ୍ରହ ବିଧାନସଭାରେ ମାତିବୁ: ସୁର ରାଉତରାୟ

    ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୯ଟି ଆସନ ଅକ୍ତିଆର କରିଛି ।  କଂଗ୍ରେସର ମୋଟ ୯ ଜଣ  ବିଧାୟକ ବିଧାନସଭାରେ ବସିବାକୁ ସୁଯୋଗ ପାଇଛନ୍ତି । ତେବେ  ସମ୍ପୃକ୍ତ ୯ ଜଣ  ହେଉଛନ୍ତି ନବଗ୍ରହ । ଏକଥା ଆମେ କହୁନାହୁଁ । ଏହା କହିଛନ୍ତି କଂଗ୍ରସର ...

    Read more

    ତାରା ପରେ ପ୍ରଫୁଲ୍ଲ ଓ ଯୋଗେଶଙ୍କ ଟାର୍ଗେଟରେ ସୁର

    ଭୁବନେଶ୍ୱର:  ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି  । କଂଗ୍ରେସର ଅର୍ନ୍ତନ୍ଦ୍ୱନ୍ଦ୍ୱ ସଙ୍ଗୀନ ସ୍ଥିତିରେ ପହଞ୍ଚôଛି  । ପିସିସି ଓ ବିଧାୟକ ଦଳ ମଧ୍ୟରେ ମତାନ୍ତର ତୀବ୍ର ହୋଇଛି  । ରାଜ୍ୟର କଂଗ୍ରେସ ଗୋଷ୍ଠୀ କନ୍ଦଳରେ ହାଇକମାଣ୍ଡ ...

    Read more

    ତାରାଙ୍କୁ ସୁରଙ୍କ ଜବାବ: କଂଗ୍ରେସ ଲୋକଙ୍କ ସମ୍ପତ୍ତି, ତୁମ ଜେଜେର ନୁହଁ

    ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସରେ ଦିନକୁ ଦିନ ବିବାଦ ବଢୁଛି । ବ୍ୟକ୍ତିଗତ ପତିଆରାକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷା ଦାନା ବାନ୍ଧୁଛି । ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମନ୍ତବ୍ୟ ଉପରେ ...

    Maximum 500 characters

    ରାଜନୀତି View all

    Find Us on Facebook