Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କୁ ସମାଲୋଚନା ମତଦାତାଙ୍କ ପ୍ରତି ଅପମାନ: ଶଶିଭୂଷଣ

    Share on :
    ajab-Image
    Date: Aug 11, 2019    Views: 221

    ଭୁବନେଶ୍ୱର: ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ଅର୍ଥ ମତଦାତାଙ୍କୁ ଅପମାନିତ କରିବା   । ଏହା କହିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା ।  ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପ୍ରସଙ୍ଗରେ ଶ୍ରୀ ବେହେରା ଏହା କହିଛନ୍ତି । 
    ଶ୍ରୀ ବେହେରା କହିଛନ୍ତିି ଯେ,  ଓଡ଼ିଶା ସମସ୍ୟାରେ ଶିବରାଜ ମୁଣ୍ଡ ପୁରାଇବା କେତେ ଯୁକ୍ତିଯୁକ୍ତ ତାହା ବିଚାର କରିବା ଆବଶ୍ୟକ ।  କାଳିଆକୁ ପଞ୍ଚ ଦଶ କମିଶନ ଓ ବହୁ ଅର୍ଥନୀତିଜ୍ଞ ପ୍ରଶଂସା କରିଛନ୍ତି । ଚାଷୀଙ୍କ ହିତ ପାଇଁ ଉଦ୍ଧିଷ୍ଟ କାଳିଆ ଯୋଜନାକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ।  ଓଡ଼ିଶାରେ ଜଳ ସେଚନ ସମସ୍ୟା ଉପରେ ଆପତ୍ତି ଉଠାଇବା ଅଯୌକ୍ତିକ ।  ରାଜ୍ୟ ସରକାରଙ୍କ ନାମରେ ଶିବରାଜ ମନଗଢ଼ା ଅଭିଯୋଗ କରିଛନ୍ତି ।  ବିଜେଡିର ଏକ ଜାତୀୟ ଅଭିମୁଖ୍ୟ ରହିଛି ।  ଦେଶର ସ୍ୱାର୍ଥ ଦୃଷ୍ଟିରୁ ବିଜେପି ସହ ବିଜେଡିର ସମ୍ପର୍କ କିଛି ମନ୍ଦ ନୁହେଁ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି । 

    ପ୍ରକାଶ ଯେ, ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।  ସେ କହିଥିଲେ ଯେ, ଆୟୁଷ୍ମାନ ଯୋଜନା ଲାଗୁ ନକରି କାଳିଆ ଟଙ୍କା ବାଣ୍ଟିବା ଅପରାଗତାର ପରିଚୟ ।  ରାଜ୍ୟର ବିଧିବଦ୍ଧ ବିକାଶ ପାଇଁ କୌଣସି ରୋଡ ମ୍ୟାପ ପ୍ରସ୍ତୁତ ହୋଇନାହିଁ ।  ଏହି ଅବସରରେ ଶ୍ୱେତପତ୍ର ଜରିଆରେ ରାଜ୍ୟର ଚାଷୀଙ୍କ ତାଲିକା ପ୍ରକାଶ କରିବା ପାଇଁ ଶ୍ରୀ ଚୌହାନ ଦାବି କରିଥିଳେ ।  ଆୟୁଷ୍ମାନ ଯୋଜନାରେ ଚାଷୀଙ୍କୁ ସାମିଲ କରିବା ପାଇଁ ତୁରନ୍ତ ତାଲିକା ମଧ୍ୟ ଦେବାକୁ ସେ ଦାବି କରିଥିଲେ । ଆୟୁଷ୍ମାନ ଯୋଜନାରେ  ଓଡ଼ିଶା ସାମିଲ ହେଲେ ବିକାଶ ସୁନିଶ୍ଚିତ ବୋଲି ସେ କହିଥିଲେ । 

     ସେହିପରି କେନ୍ଦ୍ରରେ ବିଜେପିକୁ ବିଜେଡିର ସହଯୋଗ ନେଇ ନିଜ ପ୍ରତିକ୍ରିୟା ରଖି ଶ୍ରୀ ଚେହାନ କହିଥିଲେ ଯେ,  ବିଜେଡି କେବଳ ରାଜନୈତିକ ସହଯୋଗ କରୁଛି । ଅନ୍ୟ କିଛି ସମ୍ପର୍କ ନାହିଁ ।  ଓଡ଼ିଶାରେ ବିଜେପି ଏକାକୀ ଲଢିବ ଓ ସରକାର ଗଢିବ ବୋଲି ସେ କହିଥିଲେ । 

     ଏହାଛଡ଼ା ପାଣି ବିନିଯୋଗ ନହୋଇ ସମୁଦ୍ରକୁ ଯାଉଛି । ବ୍ୟବହାର ଉପଯୋଗୀ ହୋଇପାରୁନି ।  ରାଜ୍ୟ ସରକାର ଚାଷକୁ ପର୍ଯ୍ୟାପ୍ତ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି ।  ଏପରି ହେଲେ ଚାଷୀକୁଳର ବିକାଶ କିପରି ହେବ ବୋଲି ଶିରାଜ ପ୍ରଶ୍ନ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook