Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ଓ କଂଗ୍ରେସ ସମ୍ପର୍କରେ ଏପରି କହିଲେ ଶିବରାଜ

    Share on :
    ajab-Image
    Date: Aug 11, 2019    Views: 219

    ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ।  ଖାଲି ବର୍ଷି ନାହାନ୍ତି ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି । 

    କଂଗ୍ରେସ ଉପରେ ବର୍ଷି ଶ୍ରୀ ଚୌହାନ କହିଛନ୍ତି ଯେ, କଂଗ୍ରେସ ପରିବାରବାଦ ରାଜନୀତି ଉପରେ ବିଶ୍ୱାସ କରୁଛି ।  ବିଜେପି ପରିବାରବାଦ ରାଜନୀତି ଉପରେ ବିଶ୍ୱାସ କରେନାହିଁ । ବିଜେପି ଲୋକଙ୍କ ବିକାଶ ଚାହେଁ ।  ତିନି ତଲାକ ପରି ଐତିହାସିକ ବିଲ ପାସ କରି ବିଜେପି ଆସ୍ଥାଭାଜନ ହୋଇଛି ।  କଂଗ୍ରେସ ମୁଖିଆ ଚୟନ ନେଇ ଟଣା ଓଟରା ଚାଲିବା ହାସ୍ୟାସ୍ପଦ ।  

    ସେହିପରି ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସେ ପଣ୍ଡିତ ଜବାହରଲାଲ ନେହରୁଙ୍କ ମଧ୍ୟ ସମାଲୋଚନା କରିଛନ୍ତି ।  ପଣ୍ଡିତ ଜବାହରଲାଲ ନେହରୁ ହେଉଛନ୍ତି କାଶ୍ମୀର ସମସ୍ୟାର ଜନକ ।  ନେହରୁଙ୍କ କାଶ୍ମୀର ଭୁଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଧାରିଛନ୍ତି ।  

     ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଟାର୍ଗେଟ କରି ଶ୍ରୀ ଚୌହାନ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନା ଲାଗୁ ନକରି କାଳିଆ ଟଙ୍କା ବାଣ୍ଟିବା ଅପରାଗତାର ପରିଚୟ ।  ରାଜ୍ୟର ବିଧିବଦ୍ଧ ବିକାଶ ପାଇଁ କୌଣସି ରୋଡ ମ୍ୟାପ ପ୍ରସ୍ତୁତ ହୋଇନାହିଁ ।  ଏହି ଅବସରରେ ଶ୍ୱେତପତ୍ର ଜରିଆରେ ରାଜ୍ୟର ଚାଷୀଙ୍କ ତାଲିକା ପ୍ରକାଶ କରିବା ପାଇଁ ଶ୍ରୀ ଚୌହାନ ଦାବି କରିଛନ୍ତି ।  ଆୟୁଷ୍ମାନ ଯୋଜନାରେ ଚାଷୀଙ୍କୁ ସାମିଲ କରିବା ପାଇଁ ତୁରନ୍ତ ତାଲିକା ମଧ୍ୟ ଦେବାକୁ ସେ ଦାବି କରିଛନ୍ତି । ଆୟୁଷ୍ମାନ ଯୋଜନାରେ  ଓଡ଼ିଶା ସାମିଲ ହେଲେ ବିକାଶ ସୁନିଶ୍ଚିତ ।  

     ସେହିପରି କେନ୍ଦ୍ରରେ ବିଜେପିକୁ ବିଜେଡିର ସହଯୋଗ ନେଇ ନିଜ ପ୍ରତିକ୍ରିୟା ରଖି ଶ୍ରୀ ଚେହାନ କହିଛନ୍ତି ଯେ,  ବିଜେଡି କେବଳ ରାଜନୈତିକ ସହଯୋଗ କରୁଛି । ଅନ୍ୟ କିଛି ସମ୍ପର୍କ ନାହିଁ ।  ଓଡ଼ିଶାରେ ବିଜେପି ଏକାକୀ ଲଢିବ ଓ ସରକାର ଗଢିବ ବୋଲି ସେ କହିଛନ୍ତି ।

     ଏହାଛଡ଼ା ପାଣି ବିନିଯୋଗ ନହୋଇ ସମୁଦ୍ରକୁ ଯାଉଛି । ବ୍ୟବହାର ଉପଯୋଗୀ ହୋଇପାରୁନି ।  ରାଜ୍ୟ ସରକାର ଚାଷକୁ ପର୍ଯ୍ୟାପ୍ତ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି ।  ଏପରି ହେଲେ ଚାଷୀକୁଳର ବିକାଶ କିପରି ହେବ ବୋଲି ଶିରାଜ ପ୍ରଶ୍ନ କରିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook