Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନେତା ବାଛିବେନି ସୋନିଆ ଓ ରାହୁଲ

    Share on :
    Date: Aug 10, 2019    Views: 127

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ବହୁ ଦିନରୁ ଖାଲି ପଡ଼ିଛି । ତେବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ ସେ ନେଇ ଆଜି ନୂଆଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିଥିଲା । କଂଗ୍ରେସର ନୂଆ ସଭାପତି ଚୟନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।  ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । 

    ତେବେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଫେରିବା ପରେ ସୋନିଆ ଗାନ୍ଧୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ,  ମୁଁ ଓ ରାହୁଲ ପରବର୍ତ୍ତୀ ସଭାପତି ଚୟନ ପ୍ରକ୍ରିୟାରେ ଭାଗ ନେବୁନି ବୋଲି କହିଛନ୍ତି । ତେବେ ପରବର୍ତ୍ତୀ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟାରୁ ସୋନିଆ ଓ ରାହୁଲ ଦୂରେଇବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ଏକ ବୈଠକ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ସିଡବ୍ଲ୍ୟୁସି ଏକାକି ପାର୍ଟି ଅଧ୍ୟକ୍ଷକୁ ନେଇ ନିଷ୍ପତ୍ତି ନେବ ନାହିଁ । ପ୍ରଦେଶ କଂଗ୍ରେସ କମିଟିର ମହାସଚିବ ଏବଂ ସିଡବ୍ଲ୍ୟୁସି ମିଶି ନୂତନ ଅଧ୍ୟକ୍ଷ ଚୟନ କରିବେ । 

    ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଗାନ୍ଧୀ ପରିବାରର ବିଶ୍ୱସ୍ତ ମଲ୍ଲିକାର୍ଜୁନ ଖଡଗେ ଓ ମୁକୁଲ ୱାସନିକ ରାହୁଲ ଗାନ୍ଧୀଙ୍କ ତାଲିକାରେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି । ୱାସନିକ ଓ ଖଡଗେ ହେଉଛନ୍ତି ଦଳିତ ନେତା । ୱାସନିକ ମହାରାଷ୍ଟ୍ରର ପୂର୍ବତନ ୟୁଥ କଂଗ୍ରେସ ପ୍ରମୁଖ ଓ ମନ୍ତ୍ରୀ ଥିଲେ । ଅନ୍ୟପଟ ଖଡଗେ କର୍ଣ୍ଣାଟକର ଜଣେ ବରିଷ୍ଠ ପାର୍ଟି ନେତା । କିନ୍ତୁ ଉଭୟ ନେତା ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ । ସିଡବ୍ଲ୍ୟୁସିର ମହତ୍ତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ  ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ପାର୍ଟିର ବରିଷ୍ଠ ନେତା ଅହମଦ ପଟେଲ, ଏକେ ଆଣ୍ଟୋନି ଓ କେସି ଭେନୁଗୋପାଳଙ୍କ ସହିତ ସାକ୍ଷାତ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook