Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୨ ରେ ପୁଣି ଲଘୁଚାପ

    Share on :
    Date: Aug 10, 2019    Views: 17

    ଭୁବନେଶ୍ୱର : ଆସନ୍ତା ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ୪ ଦିନ ଧରି ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ସକି୍ରୟ ହେବାକୁ ଥିବାରୁ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

    ସୂଚନା ଅନୁଯାୟୀ ଲଘୁଚାପ ଯୋଗୁଁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଯାଜପୁର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେ଼ଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା ରହିଛି । ତେବେ ଏହି ସମୟ ମଧ୍ୟରେ ପବନରେ ବେଗ ଅଧିକ ରହିବନି । ସମୁଦ୍ର ଅଶାନ୍ତ ରହିବ କି ନାହିଁ ସେ ନେଇ ପାଣିପାଗ ବିଭାଗ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ ।

    ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ପୂର୍ବରୁ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ ଦିଗରେ ଗତି କରି ଗୁଜରାଟ ମୁହାଁ ହୋଇଛି ।ଫଳରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଶେଷ ବର୍ଷା ନାହିଁ । ଅଳ୍ପ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ତେବେ ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ସମେତ ପୂର୍ବ ଭାରତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାକି ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ ରହିବ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶ ଉପରେ ଅବସ୍ଥିତ ରହିବ । ଏହା ଦ୍ୱାରା ୧୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ୧୨ ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନୁମାନ କରାଯାଉଛି ଯେ ନିକଟରେ ହୋଇଥିବା ଅବପାତ ପରି ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ କମ୍ ବର୍ଷା ହେବ । ତେବେ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୦ରୁ ୧୦୦ ମିମି ବର୍ଷା ହୋଇପାରେ । ଯେତେଶୀଘ୍ର ସମ୍ଭବ ଚାଷ କାର୍ଯ୍ୟ ଶେଷ କରନ୍ତୁ । ଢ଼ିପ ଜମିରେ ମୁଗ, ବିରି ବୁଣାବୁଣି କରିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।

    Read more

    ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ

    ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ଗୁଜରାଟର ପୋରବନ୍ଦର ଏବଂ ବହୁବା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ସ୍ଥଳଭାଗ ଛୁଇଁଲା ...

    Read more

    ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

    ଭୁବନେଶ୍ୱର : ଆସୁଥିବା ବାତ୍ୟାକୁ ନେଇ ରାଜ୍ୟରେ ୧୧ଟି ଜିଲ୍ଲାର ଦାୟିତ୍ୱ ୧୧ଜଣ ଆଇପିଏସ୍  ଅଫିସରଙ୍କୁ ଦିଆଯାଇଛି । ବାତ୍ୟା ସଠିକ୍ ମୁକାବିଲା କରିବା ପାଇଁ ସମସ୍ତ ଅଫିସର ମାନଙ୍କୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମାନଙ୍କର ଦାୟିତ୍ୱ ଦିଆଯାଇଛି ...

    Read more

    ଓଡ଼ିଶାରେ ପଡ଼ିବ ‘ଫନି’ ପ୍ରଭାବ

    ଭୁବନେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି  ପୂର୍ବରୁ କୁହାଯାଉଥିଲେ ହେଁ ଏହାର କିଛିଟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ।  ଏନେଇ ସୂଚନା ଦେଇଛନ୍ତି ଡୁ୍ୟଟି ଅଫିସର ଡି.ଏମ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୩୦ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook