Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଦେଶ ବିଦେଶ

ମୁଖ୍ୟ ଖବର

    ୟେଚୁରୀ, ରାଜା ଅଟକ

    Share on :
    ajab-Image
    Date: Aug 9, 2019    Views: 585

    ନୂଆଦିଲ୍ଲୀ:  ଶ୍ରୀନଗର ବିମାନବନ୍ଦରରେ ଦୁଇ ଜଣ ବରିଷ୍ଠ ବାମପନ୍ଥୀ ନେତା ଅଟକ  । ସେମାନେ ହେଲେ ସୀତାରାମ ୟେଚୁରୀ ଓ  ଡି. ରାଜା ।   ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ବିମାନବନ୍ଦରରେ ପୁଲିସ ଅଟକ ରଖିଥିବା ଜଣାଯାଇଛି । ଶୁକ୍ରବାର ୟେଚୁରୀ ଦଳୀୟ କର୍ମୀଙ୍କ ସହ ଆଲୋଚନା ପାଇଁ ଶ୍ରୀନଗର ଯାଇଥିଲେ । ତେବେ ବର୍ତ୍ତମାନ ଧାରା ୩୭୦ ଉଚ୍ଛେଦକୁ ନେଇ ପରିସ୍ଥିତି ଜଟିଳ ଥିବାରୁ  ତାଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି । 

    ସେହିପରି  ବରିଷ୍ଠ ସିପିଆଇ ନେତା ଡି.ରାଜାଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ଜଣାଯାଇଛି । 

    ୟେଚୁରୀ ଏ ନେଇ ପୂର୍ବରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌କୁ ପତ୍ର ଲେଖି ଜଣାଇଥିଲେ । ସେ ଲେଖିଥିଲେ ଯେ ଆଶା କରୁଛି କି ପ୍ରଶାସନ କୌଣସି ବାଧା ସୃଷ୍ଟି କରିବ ନାହିଁ । ସେହିପରି ଡି. ରାଜାଙ୍କୁ ମଧ୍ୟ ବିମାନବନ୍ଦରରେ ଅଟକ ରଖାଯାଇଛି । ତାଙ୍କୁ ମଧ୍ୟ ଛଡ଼ା ଯାଇ ନାହିଁ । ସେ ମଧ୍ୟ ପୂର୍ବରୁ ରାଜ୍ୟପାଳଙ୍କୁ ପତ୍ର ଲେଖି କହିଥିଲେ ଯେ ସାଧାରଣ ସମ୍ପାଦକ ହିସାବରେ ଦଳର ନେତାଙ୍କୁ ଭେଟିବାକୁ ପ୍ରଶାସନ ଅନୁମତି ଦେବ ବୋଲି ଆଶା କରୁଛି । ତେବେ ଏହି ଦୁଇ ନେତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଛଡ଼ା ଯାଉ ନ ଥିବା କୁହାଯାଇଛି ।

    ଗତକାଲି ଶ୍ରୀନଗର ବିମାନବନ୍ଦରରେ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ ଅଟକ ରଖାଯାଇଥିଲା ।  ତାଙ୍କ ସହ ଜାମ୍ମୁ-କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମୀରଙ୍କୁ ମଧ୍ୟ ଅଟକ ରଖାଯାଇଥିଲା ।  ଉଭୟଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରା ଅନୁମତି ଦେଇନଥିଲେ । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook