Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ସଂସ୍କୃତି

ମୁଖ୍ୟ ଖବର

    ଅଗଷ୍ଟ କ୍ରାନ୍ତି ଦିବସ

    Share on :
    ajab-Image
    Date: Aug 9, 2019    Views: 101

    ୧୯୪୨ ଅଗଷ୍ଟ ନଅ ତାରିଖରେ ଦେଶକୁ ବି୍ରଟିଶ ଶାସନ ମୁକ୍ତ କରିବା ପାଇଁ ଶେଷ ପର୍ଯ୍ୟାୟରେ ଆନେ୍ଦାଳନ ମୁମ୍ବାଇରୁ ଆରମ୍ଭ ହୋଇଥିଲା । ଏହା ଅଗଷ୍ଟ କ୍ରାନ୍ତି’ ଭାବେ ପ୍ରସିଦ୍ଧ । ଏହି ଆନେ୍ଦାଳନ ପୂର୍ବରୁ ସମସ୍ତ ପ୍ରମୁଖ କଂଗ୍ରେସ ନେତାଙ୍କୁ ଗରିଫ କରିନିଆଯାଇଥିବାରୁ ଅରୁଣା ଆସେଫ ଅଲ୍ଲୀ ମୁମ୍ବାଇର ‘ଗୱାଲିୟା ଟ୍ୟାଙ୍କ ମଇଦାନ’ (ପରେ ଅଗଷ୍ଟ କ୍ରାନ୍ତି ମଇଦାନ’ ଭାବେ ନାମିତ) ରେ ପତାକା ଉଡ଼ାଇ, ଏହି ଆନେ୍ଦାଳନ ପାଇଁ ଆହ୍ୱାନ ଦେଇଥିଲେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବି୍ରଟିଶ ପକ୍ଷରୁ ସମର୍ଥନ ସତ୍ତ୍ୱେ ଯୁଦ୍ଧ ପରେ ଭାରତକୁ ସ୍ୱାଧୀନତା ଦେବା ପାଇଁ ଇଂରେଜମାନେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଏହା ବିରୋଧରେ ବିଶାଳ ଜନ ଆନେ୍ଦାଳନ (ଭାରତ ଛାଡ଼ ଆନେ୍ଦାଳନ) ଲାଗି ୪ ଜୁଲାଇ ୧୯୪୨ରେ ନିଷ୍ପତ୍ତି ନିଆଯାଇଥିଲା । ସେତେବେଳେ ଏହି ପ୍ରସଙ୍ଗରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ରେ ମତଭେଦ ହୋଇଥିଲା । ମହାତ୍ମା ଗାନ୍ଧିଙ୍କ ଆନେ୍ଦାଳନ ଡାକରାକୁ ଗ୍ରହଣ ନ କରି ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଦଳ ଛାଡ଼ିଥିଲେ । ‘ହିନ୍ଦୁ ମହାସଭା’, ‘ମୁସଲିମ ଲିଗ୍’, ‘ଭାରତୀୟ କମୁ୍ୟନିଷ୍ଟ ପାର୍ଟି’ ମଧ୍ୟ ସମର୍ଥନ ଦେଇ ନଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଗାନ୍ଧୀଙ୍କ ଡାକରାକୁ ବିପୁଳ ଜନସମର୍ଥନ ମିଳିଥିଲା ।

     

    Maximum 500 characters

    ସଂସ୍କୃତି View all

    Find Us on Facebook