Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର. ୪ ମାଓବାଦୀ ନିହତ

banner

ସଂସ୍କୃତି

ମୁଖ୍ୟ ଖବର

    ପୁସ୍ତକ ପ୍ରେମୀ ଦିବସ

    Share on :
    ajab-Image
    Date: Aug 9, 2019    Views: 353

    ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ‘ପୁସ୍ତକ ପ୍ରେମୀ ଦିବସ’ ପାଳନ କରାଯାଏ । ସହସ୍ରାଧିକ ବର୍ଷ ତଳେ ମଣିଷ ଲେଖିବା ଶିଖିଥିଲେ । ତେବେ, ଜୋହାନ ଗୁଟେନବର୍ଗ ମୁଦ୍ରଣ ଯନ୍ତ୍ର ଉଦ୍ଭାବନ କଲା ପରେ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ପୁସ୍ତକର ଜନ୍ମ । ଏହା ପୂର୍ବରୁ ତାଳପତ୍ର ପୋଥି, ବାଉଁଶ ପୋଥି ଆଦିରେ ପ୍ରଚଳିତ ଥିଲା । କାଗଜ ପୁସ୍ତକର ଆଦୃତ ସହ ତାଳପତ୍ର ପୋଥିର ପ୍ରଚଳନ କ୍ରମଶଃ ବନ୍ଦ ହୋଇଥିଲା । ଗୁଟେନବର୍ଗଙ୍କ ଦ୍ୱାରା ମୁଦି୍ରତ ‘ବାଇବେଲ’ ବିଶ୍ୱର ପ୍ରଥମ ପୁଚ । ଫ୍ରେଞ୍ଚ ଔପନ୍ୟାସିକ ମାର୍ସେଲ ପୁସତଙ୍କ ‘ଇନ ସର୍ଚ ଅଫ ଲସଟ ଟାଇମ୍’ ବିଶ୍ୱର ସବୁଠାରୁ ଲମ୍ବା ଉପନ୍ୟାସ । ଏହା ତେର ଖଣ୍ଡ ବିଶିଷ୍ଟ ଏବଂ ଶବ୍ଦ ସଂଖ୍ୟା ତେର ଲକ୍ଷ । ସବୁଠାରୁ ମୂଲ୍ୟବାନ ବହି ‘୧୬୪୦ ବେ ପାମ୍’ । ୨୦୧୩ ରେ ଏହା ୧.୪୨ କୋଟି ଡଲଶରରେ ନିଲାମ ହୋଇଥିଲା । ବୃହତ୍ତମ ବହି ‘ଦ କ୍ଲେଙ୍କା ଆଟଲାସ’  । ଏହାର ଦୈର୍ଘ୍ୟ ପ୍ରସ୍ଥ ଯଥାକ୍ରମେ ୧.୭୫ ମିଟର ଏବଂ ୧.୯୦ ମିଟର । ଟାଇପ ରାଇଟରେ ରଚନା କରାଯାଇଥିବା ପ୍ରଥମ ଉପନ୍ୟାସ ମାର୍କ ଟ୍ୱେନଙ୍କ ‘ଦ ଆଡଭେନଚର ଅଫ ଟମାସ ସଏର’ । ୧୮୮୯ ରେ ପ୍ରକାଶିତ, ମାର୍କିନ, ଲେଖିକା ଏଲିସ ବ୍ରାଉନଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଫୁଲସ ଅଫ ନେଚର’ ବିଶ୍ୱର ପ୍ରଥମ ‘ବେଷ୍ଟ ସେଲର’ ।

    Maximum 500 characters

    ସଂସ୍କୃତି View all

    Find Us on Facebook