Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଖେଳ ଖବର

ମୁଖ୍ୟ ଖବର

    ପୁମା ସହ ଦୂତିଙ୍କ ଦୁଇ ବର୍ଷିୟା ଚୁକ୍ତି

    Share on :
    ajab-Image
    Date: Aug 9, 2019    Views: 211

    ଭୁବନେଶ୍ୱର : ଦୌଡ଼ରାଣୀ ଦୂତି ଚାନ୍ଦ ଜର୍ମାନ କ୍ରୀଡ଼ା ସାମଗ୍ରୀ ଓ ଜୋତା ପ୍ରସ୍ତୁତ କାରୀ କମ୍ପାନୀ ପୁମା ସହ ଦୁଇ ବର୍ଷିୟା ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏପରି କରି ସେ ଉସେନ ବୋଲ୍ଟଙ୍କ ଭଳି କିମ୍ବଦନ୍ତୀ ଧାବକଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଏହି ଚୁକ୍ତି ପରେ ପୁମା ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଦୂତିଙ୍କ ପାଇଁ ସ୍ୱତନ୍ତ୍ର ଜୋତା ଏବଂ ଅନ୍ୟାନ୍ୟ କ୍ରୀଡା ସାମଗ୍ରୀ ଯୋଗାଇବ । ୨୩ ବର୍ଷିୟା ଦୂତି ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ଏବଂ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିବା ପରେ ପୁମା ତାଙ୍କ ସହ ସମ୍ପର୍କ ଯୋଡ଼ିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ଦୂତିଙ୍କ ସହ ଚୁକ୍ତି ସ୍ୱାକ୍ଷର ହୋଇ ସାରିଥିବା କମ୍ପାନୀ ତରଫରୁ ଗୁରୁବାର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ପୁମା ଭଳି କମ୍ପାନୀ ସହ ଚୁକ୍ତି କରିବା ପରେ ଦୂତି ମଧ୍ୟ ବ୍ୟକ୍ତିଗତ ଭାବେ ବେଶ ଖୁସି ଅଛନ୍ତି । ସେ କହିଛନ୍ତି ମୁଁ ପ୍ରଥମ ଥର ପାଇଁ କୌଣସି ବଡ ବ୍ରାଣ୍ଡ ସହ ଯୋଡ଼ି ହୋଇଛି । ଉସେନ ବୋଲ୍ଟଙ୍କ ଭଳି ମହାନ ଖେଳାଳି ତଥା ବିଶ୍ୱର ଦ୍ରୁତତମ ଧାବକଙ୍କ କାମ କରୁଥିବା ଏକ କମ୍ପାନୀ ସହ ସମ୍ପର୍କ ଯୋଡ଼ି ମୁଁ ବେଶ ଉଲ୍ଲସିତ । ସୂଚନା ଯୋଗ୍ୟ ଯେ ଦୂତି ଆସନ୍ତା ମାସରେ ଦୋହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରତିଯୋଗିତା ଲାଗି ଏ ପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିନାହାନ୍ତି । ପୁମାଠାରୁ ସ୍ୱତନ୍ତ୍ର ଜେତା ଓ କ୍ରୀଡ଼ା ସାମଗ୍ରୀ ପାଇବା ପରେ ତାଙ୍କ ଟାଇମିଂରେ ଉନ୍ନତି ପରିଲକ୍ଷିତ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ସେ ମଧ୍ୟ ଚଳିତ ମାସ ୧୩ ଓ ୧୯ ତାରିଖରେ ଆୟର୍ଲାଣ୍ଡ ଏବଂ ଜର୍ମାନୀରେ ଆୟୋଜିତ ହେବାକୁ ଥିବା ଆଇଏଏଫ ବିଶ୍ୱ ଦୌଡ଼ କୁଦ କ୍ଲବ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥି ନେଇ ଏ ପର୍ଯ୍ୟନ୍ତ ଭିସା ମିଳି ନଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାହାଯ୍ୟ ପାଇଁ ଦୂତୀ ନିବେଦନ କରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook