Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସୁନା ଦାମ୍ ୩୮ ହଜାର ଟଙ୍କା!

    Share on :
    Date: Aug 8, 2019    Views: 23

    ନୂଆଦିଲ୍ଲୀ  :  ସୁନା ଦରରେ ବୃଦ୍ଧି ଧାରା ଜାରି ରହିଛି । ଆଜି ସୁନାରେ ୧୦ ଗ୍ରାମ ପିଛା ଦର ୧୧୧୪ ଟଙ୍କା ବୃଦ୍ଧି ପାଇ ୩୭,୯୨୦ ଟଙ୍କାରେ ପହଞ୍ଚି ଯାଇଥିଲା । ଖୁବ୍ ଶୀଘ୍ର ଦର ୩୮ ହଜାର ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି । ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଲଢେ଼ଇ ଯୋଗୁଁ ସୁନାର ଚାହିଦା ବଢ଼ିଯାଇଛି । କାରଣ ସୁନାରେ ନିବେଶକ କଲେ ତାହା ସୁରକ୍ଷିତ ରହିଥାଏ ବୋଲି ନିବେଶକାରୀମାନଙ୍କର ଏକ ବିଶ୍ୱାସ ରହିଛି । ସେଥିପାଇଁ ସେମାନେ ଷ୍ଟକ ବଜାରରେ ପାଣ୍ଠି ଲଗାଇବା ବଦଳରେ ଅଧିକ ପରିମାଣର ସୁନା କିଣିବାରେ ସେହି ଅର୍ଥ ରାଶିକୁ ଖର୍ଚ୍ଚ କରୁଛନ୍ତି । ଗହଣା ନିର୍ମାତାମାନେ ମଧ୍ୟ ବିପୁଳ ପରିମାଣର ସୁନା କିଣିବା ଆରମ୍ଭ କରିଦେଇଛନ୍ତି । ଏହି ସବୁ କାରଣ ଯୋଗୁଁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି । ସର୍ବଭାରତୀୟ ସରାଫ ସଂଘ ପକ୍ଷରୁ କୁହାଯାଇଛି ଯେ ଦେଶ ଭିତରେ ସୁନା ଦର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । କିଛି ଦିନ ଭିତରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ହୋଇଛି । ଗତ ସୋମବାର ସୁନା ଦାମ ୩୬,୯୭୦ ଟଙ୍କା ଥିଲା । ରୂପା ଦରରେ ମଧ୍ୟ ଆଜି ୬୫୦ ଟଙ୍କା ବୃଦ୍ଧି ହୋଇଛି । ଏକ କେଜି ରୂପାର ଦାମ୍ ୪୩, ୬୭୦ ଟଙ୍କା ହୋଇଯାଇଛି ।

     

    Read more

    ସୁନା ଦାମ୍ ୩୮ ହଜାର ଟଙ୍କା!

    ନୂଆଦିଲ୍ଲୀ  :  ସୁନା ଦରରେ ବୃଦ୍ଧି ଧାରା ଜାରି ରହିଛି । ଆଜି ସୁନାରେ ୧୦ ଗ୍ରାମ ପିଛା ଦର ୧୧୧୪ ଟଙ୍କା ବୃଦ୍ଧି ପାଇ ୩୭,୯୨୦ ଟଙ୍କାରେ ପହଞ୍ଚି ଯାଇଥିଲା । ଖୁବ୍ ଶୀଘ୍ର ଦର ୩୮ ହଜାର ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି । ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ...

    Read more

    ସୁନା ଦାମ୍ ୩୫ ହଜାର ଟପିଲା

    ଭୁବନେଶ୍ୱର/ନୂଆଦିଲ୍ଲୀ:  ସୁନା ଦର ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଥିବା ବେଳେ ଏକ କିଲୋ ରୂପାର ଦାମ୍ ୪୪ ହଜାର ଟଙ୍କା ...

    Read more

    ପୁଣି ବିମାନବନ୍ଦରରୁ ସୁନା ଜବତ

    ଭୁବନେଶ୍ୱର:ସୁନା ଚୋରା ଚାଲାଣକାରୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର । ବାରମ୍ବାର ବିମାନ ବନ୍ଦରରୁ ସୁନା ଜବତ କରାଯାଉଥିବାବେଳେ ଆଜି ପୁଣିି ଥରେ ସୁନା ଜବତ କରାଯାଇଛି ।   ଉତ୍ତର ପ୍ରଦେଶ ଜଣେ ଯାତ୍ରୀଙ୍କ ଠାରୁ ୧୫୦.୯୨୦ ...

    Maximum 500 characters

    ଅର୍ଥନୀତି View all

    Find Us on Facebook