Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜନୀତି

ମୁଖ୍ୟ ଖବର

    କୋର୍ଟରେ ହାଜର ହେଲେନି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

    Share on :
    ajab-Image
    Date: Aug 8, 2019    Views: 227

    ଭୁବନେଶ୍ୱର :  ଦୁଇଟି ପୁରୁଣା ଆପରାଧିକ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଲୋକ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (୩)ଙ୍କ କୋର୍ଟରେ ଗତକାଲି ତାଙ୍କର ହାଜର ହେବା ପାଇଁ ତାରିଖ ରହିଥିଲେ ମଧ୍ୟ ସେ ଆସିନାହାନ୍ତି । ଲୋକ ପ୍ରତିନିଧି ଭାବରେ ଦାୟିତ୍ୱ ବଢ଼ିଥିବାରୁ ଓକିଲଙ୍କ ଜରିଆରେ ସେ କୋର୍ଟକୁ ସମୟ ମାଗିଛନ୍ତି । କୋର୍ଟ ପରବର୍ତ୍ତୀ ଶୁଣାଣୀ ପାଇଁ ସେପ୍ଟେମ୍ବର ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ଗତ ଜୁଲାଇ ୧୫ ତାରିଖରେ ହାଜର ହେବା ପାଇଁ ଶ୍ରୀ ଷଡଙ୍ଗୀଙ୍କୁ ସମନ ହୋଇଥିଲା । ହେଲେ ସେ ଲୋକସଭା ଚାଲିଥିବା ଦର୍ଶାଇ ସମୟ ମାଗିଥିଲେ । ତାଙ୍କ ଆବେଦନକୁ ଆଧାର କରି ଆଜି ଶୁଣାଣି ପାଇଁ ତାରିଖ ସ୍ଥିର ହୋଇଥିଲା ।
    ସୂଚନା ମୁତାବକ ୨୦୦୪ ମସିହାରେ ବାଲେଶ୍ୱର ଜିଲ୍ଲା ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା । ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ । ପୋଡ଼ାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏତଲାରେ ଶ୍ରୀ ଷଡଙ୍ଗୀଙ୍କ ନାମ ରହିଥିଲା । ସେହିପରି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା । ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ୱର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ୱର ଏଡିଜେ-୩ କୋର୍ଟକୁ ଉଭୟ ମାମଲା ସ୍ଥାନାନ୍ତର ହୋଇଛି । ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ସାରିଥିବା ବେଳେ ଶ୍ରୀ ଷଡଙ୍ଗୀଙ୍କୁ ହିଁ ହାଜର ହେବାକୁ ରହିଛି । ତେବେ କେବଳ ଏହି ଦୁଇଟି ମାମଲା ନୁହେଁ, ନାମାଙ୍କନ ପତ୍ର ଦାଖଲ କେବଳ ସତ୍ୟପାଠ ମୁତାବକ ତାଙ୍କ ନାମରେ ୭ଟି ମାମଲା ବିଚାରାଧୀନ ରହିଛି ।

    Maximum 500 characters

    ରାଜନୀତି View all

    Find Us on Facebook