Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଅର୍ଥନୀତି

ମୁଖ୍ୟ ଖବର

    ସୁନା ଦାମ୍ ୩୮ ହଜାର ଟଙ୍କା!

    Share on :
    ajab-Image
    Date: Aug 8, 2019    Views: 241

    ନୂଆଦିଲ୍ଲୀ  :  ସୁନା ଦରରେ ବୃଦ୍ଧି ଧାରା ଜାରି ରହିଛି । ଆଜି ସୁନାରେ ୧୦ ଗ୍ରାମ ପିଛା ଦର ୧୧୧୪ ଟଙ୍କା ବୃଦ୍ଧି ପାଇ ୩୭,୯୨୦ ଟଙ୍କାରେ ପହଞ୍ଚି ଯାଇଥିଲା । ଖୁବ୍ ଶୀଘ୍ର ଦର ୩୮ ହଜାର ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି । ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଲଢେ଼ଇ ଯୋଗୁଁ ସୁନାର ଚାହିଦା ବଢ଼ିଯାଇଛି । କାରଣ ସୁନାରେ ନିବେଶକ କଲେ ତାହା ସୁରକ୍ଷିତ ରହିଥାଏ ବୋଲି ନିବେଶକାରୀମାନଙ୍କର ଏକ ବିଶ୍ୱାସ ରହିଛି । ସେଥିପାଇଁ ସେମାନେ ଷ୍ଟକ ବଜାରରେ ପାଣ୍ଠି ଲଗାଇବା ବଦଳରେ ଅଧିକ ପରିମାଣର ସୁନା କିଣିବାରେ ସେହି ଅର୍ଥ ରାଶିକୁ ଖର୍ଚ୍ଚ କରୁଛନ୍ତି । ଗହଣା ନିର୍ମାତାମାନେ ମଧ୍ୟ ବିପୁଳ ପରିମାଣର ସୁନା କିଣିବା ଆରମ୍ଭ କରିଦେଇଛନ୍ତି । ଏହି ସବୁ କାରଣ ଯୋଗୁଁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି । ସର୍ବଭାରତୀୟ ସରାଫ ସଂଘ ପକ୍ଷରୁ କୁହାଯାଇଛି ଯେ ଦେଶ ଭିତରେ ସୁନା ଦର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । କିଛି ଦିନ ଭିତରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ହୋଇଛି । ଗତ ସୋମବାର ସୁନା ଦାମ ୩୬,୯୭୦ ଟଙ୍କା ଥିଲା । ରୂପା ଦରରେ ମଧ୍ୟ ଆଜି ୬୫୦ ଟଙ୍କା ବୃଦ୍ଧି ହୋଇଛି । ଏକ କେଜି ରୂପାର ଦାମ୍ ୪୩, ୬୭୦ ଟଙ୍କା ହୋଇଯାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook