Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମାଲକାନଗିରିକୁ ବିପଦ ପୋଲାଭରମ୍

    Share on :
    Date: Aug 8, 2019    Views: 67

    ମାଲକାନଗିରି: ଆନ୍ଧ୍ରପ୍ରଦେଶର ଏସିଆ ମହାଦେଶର ସର୍ବବୃହତ ପୋଲାଭରମ ପ୍ରକଳ୍ପ ନିର୍ମାଣରେ ମାଲକାନଗିରି ଜିଲ୍ଲା ପାଇଁ ବିପଦ ସୃଷ୍ଟି କରି ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଗତ ୧୦ ଦିନ ଧରି ମାଲକାନ ଗିରି ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ୱାରା ପୋଲର ଉଚ୍ଚତା ବୃଦ୍ଧି ନ ହେବା ଯୋଗୁଁ ଗୋଦାବରୀ ନଦୀର ତଳି ଅଞ୍ଚଳ ଓ ପଛୁଆ ପାଣି ଗୁଡ଼ିକ ସାବେରୀ ଓ ଚିନା ଗୋଦାବରୀରେ ପସି ମୋଟୁ ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଆଲମା, ପେଟା, ବିନାୟକପୁର, ବାରିବା‚ା ପ୍ରଭୃତି ପଞ୍ଚାୟତ ମଧ୍ୟକୁ ଗତକାଲି ରାତି୍ର ପ୍ରବଳ ବର୍ଷା ଫଳରେ ବନ୍ୟା ଜଳ ପ୍ରବେଶ କରିଛି । ସେହିପରି ମୋଟୁ, ମୁଗି ପଏଣ୍ଟ ମଧ୍ୟରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ମାଲକାନଗିରି ଜିଲ୍ଲାରେ ପୋଲାଭରମ ପ୍ରକଳ୍ପ ଦ୍ୱାରା ୨୦ ଭାଗ ଜଳମଗ୍ନ ହୋଇ ଖଣିଜ, ବନଜ ଏବଂ ସ୍ଥାନୀୟ ଲୋକଙ୍କ ଜମି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏବଂ ତିନୋଟି ପଞ୍ଚାୟତର ଲୋକ ବାସଚୁ୍ୟତ ହେବେ ବୋଲି ବିଭିନ୍ନ ସମୟରେ ମୋଟରେ ସୀମାନ୍ତ ସାବେରୀ ନଦୀରେ ଜଳ ସତ୍ୟାଗ୍ରହ, ରାଲି, ଧାରଣା କରି ଆସୁଥିଲେ ମଧ୍ୟ ଏହି ପ୍ରକଳ୍ପ ବନ୍ଦ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଓଡ଼ିଶା ସରକାର ଏହି ପ୍ରକଳ୍ପ ବନ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରକଳ୍ପ ପାଇଁ ଅର୍ଥ ଓ ପ୍ରୋତ୍ସାହନ ଯୋଗାଉଛନ୍ତି । ରାଜ୍ୟ ସରକାର ବହୁ ପୂର୍ବରୁ ଚେଷ୍ଟା କରିଥିଲେ ପୋଲାଭରମ ପ୍ରକଳ୍ପ ବନ୍ଦ ହେବା ସହ ବ୍ୟାରେଜ ଭିିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଥାନ୍ତା । ସୀମାନ୍ତ ଛତିଶଗଡ଼, ସାବେରୀ ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ସିଲେରୁ ନଦୀର ସଂଗମ ସ୍ଥଳ ଓଡ଼ିଶାର ମୋଟୁରେ ମିଳିତ ହୋଇ ଚିନା ଗୋଦାବରୀ ବୋଲି ନ କହି ଗୋଦାବରୀ ନଦୀ ମଧ୍ୟ କହୁଛନ୍ତି । ଚିନା ଗୋଦାବରୀ ଉପରେ ନିର୍ମିତ ହେବ ପୋଲାଭରମ ପ୍ରକଳ୍ପ ।

    କୋରାପୁଟ ଜିଲ୍ଲାରୁ ସାବେରୀ ନଦୀ ବାହାରି ଛତିଶଗଡ଼ ସୀମାନ୍ତ ଦେଇ ମାଲକାନଗିରି ଜିଲ୍ଲାରେ ପ୍ରଭାବିତ ହେଉଛି । ସାବେରୀ ନଦୀରେ ମାଲକାନ ଗିରି ଜିଲ୍ଲାର ପ୍ରମୁଖ ସପ୍ତଧାରା, ପାଙ୍ଗାମ, ପୋଟେରୁ ନଦୀ ଭଳି ବହୁ ଛୋଟବଡ଼ ନଦୀ ମିଳିତ ହୋଇଛି । ସେହିପରି ଆନ୍ଧ୍ରସୀମାନ୍ତ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ସିଲେରୁ ନଦୀର ସୃଷ୍ଟି । ତେବେ ବର୍ଷା ଋତୁରେ ଏହି ସବୁ ନଦୀରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରିରେ ବନ୍ୟା ପରିସ୍ଥିତି ପାଇଁ ପୋଲାଭରମ ପ୍ରକଳ୍ପ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଗୋଦାବରୀ ନଦୀର ଜଳ ଏହି ନଦୀରେ ପ୍ରବେଶ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ସରକାର କେବେ ଏଥିପ୍ରତି ଦୃଷ୍ଟି ଦେଇ ମାଲକାନଗିରି ଜିଲ୍ଲାବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

    Read more

    ପୋଲାଭରମ ପ୍ରସଙ୍ଗରେ ବର୍ଷିଲା କଂଗ୍ରେସ

    ଭୁବନେଶ୍ୱର : ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ନିଦେ୍ର୍ଧଶ ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଚାପୁଡା ସଦୃଶ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ...

    Read more

    ପୋଲାଭରମ୍ : ଓଡ଼ିଶାକୁ ତଥ୍ୟ ଦେବ ଆନ୍ଧ୍ର

    ଭୁବନେଶ୍ୱର : ପୋଲାଭରମ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଲେ ବି ଆନ୍ଧ୍ରପ୍ରଦେଶ ଦେଉନଥିଲା  । ଟାଳଟୁଳ ନୀତି ଅବଲମ୍ବନ କରୁଥିଲା  ।  ତଥ୍ୟ ଦେଉନଥିବାରୁ ଆନ୍ଧ୍ରର ଚାଲ ଧରାପଡ଼ୁନଥିଲା  । କିନ୍ତୁ ଏବେ ଆନ୍ଧ୍ରର ଏ ଚାଲାକି ଆଉ କାମ କରିବନି  । ପୋଲାଭରମ ...

    Read more

    ‘ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ହେଉ’

    ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେବ  । ଏଯାଏଁ ଏନେଇ ଜନଶୁଣାଣୀ ମଧ୍ୟ କରାଯାଇନାହିଁ । ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି  । ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ...

    Maximum 500 characters

    ବିଶେଷ View all

    Find Us on Facebook