Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସର ବିଜେପୁର ମନ୍ଥନ

    Share on :
    ajab-Image
    Date: Aug 7, 2019    Views: 359

    ଭୁବନେଶ୍ୱର: ପାଟକୁରା ନିର୍ବାଚନରେ ଅମାନତ ହରାଇବା ପରେ  କଂଗ୍ରେସ ଦଳକୁ ଏବେ ବିଜେପୁର ଚିନ୍ତା ଘାରିଛି ।  ଯେକୌଣସି ମୁହୂର୍ତ୍ତରେ ବିଜେପୁର ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଗୁଲ ଫୁଙ୍କିବାର ସମ୍ଭାବନା ରହିଛି ।  ଏହି ଆସନ ପାଇଁ ବିଜେଡି ସମରସଜ୍ଜା କରିସାରିଥିବାବେଳେ ନିଶ୍ଚିତ ବିଜୟର ସମ୍ଭାବନା ସୃଷ୍ଟି ହୋଇସାରିଛି । ଅପରପକ୍ଷରେ ବିଜେପୁରରେ ବିଜେପିର ମଧ୍ୟ ଭଲ ଦବଦବା ରହିଥିବାରୁ ବିଜେଡି ସହ ଟକ୍କର ଦେବ । ସୁବଳ ସାହୁଙ୍କ ମୃତୁ୍ୟ ପରେ ବିଜେପୁରରେ କଂଗ୍ରେସ ଏକରକମ ଅସ୍ତିତ୍ୱ ହରାଇ ସାରିଥିବାବେଳେ  ସମ୍ମାନ ରକ୍ଷା କରିବା ପାଇଁ ଦଳ ଏବେ  ପ୍ରାକ ପ୍ରସ୍ତୁତି କରିଛି । 

    ବିଜେପୁର ଉପନିର୍ବାଚପ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ମାନସମନ୍ଥନ କରାଯାଇଛି ।  ଏନେଇ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନରେ ଏକ ଉଚ୍ଚସ୍ତରୟ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ବିଜେପୁର ଆସନକୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଏନେଇ ଏକ ୯ଜଣିଆ କମିଟି ଗଠନ କରାଯାଇଛି । ଯେଉଁ କମିଟିରେ ବରିଷ୍ଠ କଂଗ୍ରେସ ନେତା  ନରସିଂହ ମିଶ୍ର ମୁଖ୍ୟ ଅଛନ୍ତି । 

    ବୈଠକ ପରେ ନରସିଂହ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ବିଜେପୁର ପାଇଁ ଏକ ୯ ଜଣିଆ କମିଟି ଗଠନ କରାଯାଇଛି । ଉକ୍ତ କମିଟି ବିଜେପୁର ଗସ୍ତ କରି ତୃଣମୂଳସ୍ତରରେ ଜନସାଧାରଣଙ୍କୁ ଭେଟିବ ।  ସ୍ଥିତି ଅନୁଧ୍ୟାନ କରି ଆସନ୍ତା ମାସ ପ୍ରଥମ ସପ୍ତାହରେ ରିପୋର୍ଟ ଦେବ । ନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ଓ ସଙ୍ଗଠନ କିଭଳି ମଜବୁତ ହେବ ସେ ନେଇ କମିଟି ରିପୋର୍ଟ ଦେବ ବୋଲି  ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook