Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ବିଶେଷ

ମୁଖ୍ୟ ଖବର

    ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ଅଣ୍ଟା ଭିଡ଼ିଲେ

    Share on :
    ajab-Image
    Date: Aug 6, 2019    Views: 83

    ଭୁବନେଶ୍ୱର:  କେନ୍ଦ୍ରାପଡ଼ା ଜିଲ୍ଲାରେ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଚିନ୍ତାରେ ସରକାର । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ବେଆଇନ କାରବାର ଯୋଗୁଁ ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି । ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ଯାଇ ରାଜ୍ୟ ସରକାର କେନ୍ଦ୍ରାପଡ଼ାରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରଚଳନ ପାଇଁ କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛି ।
    ଜଙ୍ଗଲ ଓ ପରିବେଶ ବିଭାଗ ନିଦେ୍ର୍ଧଶକ ତଥା ସ୍ୱତନ୍ତ୍ର ସଚିବ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଲେଖିଥିବା ଚିଠିରୁ  ଜଣାପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶକାରୀ ସମସ୍ୟା ନେଇ ଓଡ଼ିଶା ହାଇକୋର୍ଟ ଏକ ରିଟ୍ ପିଟିସନର ଶୁଣାଣି କରି ଏନଆରସି ପ୍ରଚଳନ କରିବାକୁ ୨୦୧୭ରେ ଆଦେଶ ଦେଇଥିଲେ ।
    ଏ ନେଇ ହାଇକୋର୍ଟ ମୋହିତ ଅଗ୍ରୱାଲଙ୍କୁ ଆମିକସ୍ କୁ୍ୟରି ନିଯୁକ୍ତ କରିଛନ୍ତି । ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀି କରିବାକୁ ଯାଇ ଗତ ଜୁନ୍ ୨୪ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ମୁତାବକ କେନ୍ଦ୍ରାପଡ଼ାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ଏନଆରସି ପ୍ରଚଳନ କରିବା ପାଇଁ କେନ୍ଦ୍ର ସରକାରଙ୍କଠୁ ଅନୁମତି ଆଣିବାକୁ ଉଲ୍ଲେଖ କରାଯାଇଛି ।
    ପ୍ରକାଶ ଥାଉ କି, ୨୦୦୪ରେ ୟୁପିଏ ସରକାର ଅମଳରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟାସ୍ୱାଲ ଓଡ଼ିଶାରେ ବେଆଇନ ଭାବେ ୩୦ ହଜାର ୮୫୦ ଜଣ ବାଲାଂଦେଶୀ ଅନୁପ୍ରବେଶକାରୀ ରହିଥିବା ନେଇ ରାଜ୍ୟସଭାରେ ଏକ ପ୍ରଶ୍ନରେ ଉତ୍ତର ରଖିଥିଲେ ।
    ବର୍ତ୍ତମାନ ସେମାନଙ୍କ ସଂଖ୍ୟା ପ୍ରାୟ ଲକ୍ଷାଧିକ ହେବ ବୋଲି ଅନୁମାନ କରାଯାଉଛି । ଆମିକସ କୁ୍ୟରିଙ୍କ ତଥ୍ୟ ଅନୁଯାୟୀ, ଅଧିକାଂଶ ବାଲାଂଦେଶୀ ଅନୁପ୍ରବେଶକାରୀ ସମୁଦ୍ରପଥରେ ଆସି କେନ୍ଦ୍ରାପଡ଼ାରେ ଭିତରକନିକାରେ ରହିଛନ୍ତି । ସେଠାରେ ସେମାନେ ବେଆଇନ ଚିଙ୍ଗୁଡ଼ି ଘେରି କରି ହେନ୍ତାଳ ବଣ ନଷ୍ଟ କରି ଚାଲିଛନ୍ତି । ଚିଲିକା ହଦ୍ରର କେତେକ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଭିତରକନିକାରେ ବାଲାଂଦେଶ  ଅନୁପ୍ରବେଶକାରୀଙ୍କ ଅବାଧ ବୋଟ୍ ଚାଳନା ଓ ଶିକାର ଯୋଗୁଁ ସେଠାକାର ଜୈବ ପରିବେଶ ପ୍ରଦୂଷଣ ହେବା ସହ ଜଳଚର ଜୀବ ଓ ବନ୍ୟଜନ୍ତୁମାନଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି ।

     

    Maximum 500 characters

    ବିଶେଷ View all

    Find Us on Facebook